ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା  ସୀମାନ୍ତ କତେଇବିରା ନିକଟ ଇବ୍ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଗତ ୫ ଦିନ ହେଲା ଜଣେ ମହିଳା ସମେତ ୫ ଜଣ ଗ୍ରାମବାସୀ ଫସିଛନ୍ତି ।

Advertisment

ସେଥି ମଧ୍ୟରୁ ୩ ଜଣ ଛେଳି ଚରାଳି ଓ  ୨ ଜଣ ଗ୍ରାମବାସୀ । ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ପାଣି ଭାରିଯିବା ଫଳରେ ଛେଳି ଚରାଳି ଫସିଯାଇଛନ୍ତି।

ତାଙ୍କୁ ଉଦ୍ଧାର କରିବାକୁ ଯାଇ ୨ ଜଣ ଗ୍ରାମବାସୀ  ମଧ୍ୟ ପୁଣି ଫସିଯାଇଥିଲେ। ଛେଳି ଚରାଳିଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନାହିଁ।

ଘଟଣାସ୍ଥଳରେ ପୁଲିସ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଯୋଜନା କରୁଛନ୍ତି। ଯଶପୁର ଜିଲ୍ଲାର ଏସଡିଆରଏଫ ଟିମକୁ ଅପେକ୍ଷା କରାଯାଇଛି।

 

ବାବୁସାଜବାହାଲର ରାଜେନ୍ଦ୍ର ରାୟ, ସୁଲେମାନ ଏକ୍କା, ସୀତା ଲୋହାର ଛେଳି ଚରାଇବାକୁ ଯାଇ ସେଠାରେ ଫଶିଯାଇ କୁହାଯାଉଛି।