ରାଉରକେଲା: ଟ୍ରଲର ଧକ୍କାରେ ୫ ବର୍ଷ ଝିଅର ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡାଏରି ଫାର୍ମ ନିକଟରେ ଏକ ସ୍କୁଟି ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ୫ ବର୍ଷର ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଝିଅର  ବାପା, ମାଆ ଓ ଭାଇ ଗୁରୁତର ଭାବେ ଆହତ ହୋଇ ରାଉରକେଲାସ୍ଥିତ ଆରଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସିମ୍‌ଡେଗା ଅଞ୍ଚଳର  ସ୍ୱାସିମ୍‌ ଅନସାରୀ ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ସହିତ  ସ୍କୁଟିରେ ଯାଉଥିବା ବେଳେ ସାମନା ପଟୁ ସେମାନଙ୍କୁ ଏକ ଟ୍ରଲର ଧକ୍କା ଦେଇଥିିଲା ।ଫଳରେ ଘଟଣାସ୍ଥଳରେ ୫ ବର୍ଷର ଝିଅ  ସାରା ପରବିନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର