ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛ। ଏହି ଅଂଚଳର ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ପୀଡିତା ଏକାକୀ ଘରେ ଥୁବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲା। ଗତ୧୧ ତାରିଖ ଦିନ ପୀଡିତା ଏକାକୀ ଘରେ ଥିଲା। ଏହାର ସୁଯୋଗ ନେଇଁ ପୀଡିତାଙ୍କ ପଡ଼ିଶାରେ ରହୁଥୁବା ଯୁବକ ଜଣଙ୍କ ନାବାଳିକାକୁ ଘରୁ ଉଠେଇ ନେଇଁ ଦୁଷ୍କର୍ମ କରିଥିଲା। ପୀଡିତା ଏହି ବିଷୟରେ ଘର ଲୋକଙ୍କୁ ଜଣେଇ ଥିଲା। ଏହାପରେ ଗାଁ ରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସମାଧାନର ବାଟ ବାହାରି ନଥିଲା।

ଘଟଣାର ଦୁଇଦିନ ପରେ ଅର୍ଥାତ ୧୪ ତାରିଖ ଦିନ ନାବାଳିକା ଝିଅର ଦେହ ଖରାପ ହେବାରୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ଡାକ୍ତର ସଚିକାନ୍ତ ଲେଙ୍କା ଝିଅର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଏହାପରେ ୧୫ ତାରିଖ ଦିନ ପୀଡିତାଙ୍କ ବଡବାପା ଏନେଇଁ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତିକରି ତେନ୍ତୁଳିଖୁଣ୍ଟି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଉଭୟଙ୍କ ଡାକ୍ତରି ମାଇନା ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି

ସମ୍ବନ୍ଧିତ ଖବର