ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡା ଗ୍ରାମରେ ପାଣି ଭିତରେ ଥିବା ପଥର ସନ୍ଧିରେ ୫ବର୍ଷ ଶିଶୁର ଗୋଡ଼ ଫସି ଯାଇଥିଲା । ପରିବାର ଲୋକଙ୍କ ବହୁ ପ୍ରଚେଷ୍ଟା ପରେ ମଧ୍ୟ ପିଲାଟିର ଗୋଡ଼ ବାହାରି ନଥିଲା। ଘଟଣା ସମ୍ପର୍କରେ ଖବର ପାଇ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବାକୁ ଚେଷ୍ଟା କରି ଶେଷରେ ସଫଳ ହୋଇଥିଲେ।
ସୂଚନାଯୋଗ୍ୟ, ବୁଧବାର ସକାଳୁ ଗ୍ରାମର ସାଙ୍ଗମାନଙ୍କ ସହ ଉକ୍ତ ୫ବର୍ଷର ଶିଶୁ ଗାଧୋଇବାକୁ ଯାଇଥିଲା। ଗାଧୋଉଥିବା ସମୟରେ ଶିଶୁର ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ବହୁ ଚେଷ୍ଟା ପରେ ବି ପଥର ସନ୍ଧିରୁ ଶିଶୁ ଗୋଡ଼କୁ ବାହାର କରାଯାଇ ନ ପାରିବାରୁ ଓଡ୍ରାଫ୍ ଟିମ୍ଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଗୋଡ଼କୁ ପଥର ସନ୍ଧିରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁର ଗୋଡ଼କୁ ପଥର ସନ୍ଧିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/vlcsnap-2020-09-02-14h34m54s571-1.jpg)