ପୁରୀ: ଗତକାଲି ବିଳମ୍ବିତ ରାତିରେ ୬ରୁ ୭ ଜଣ ଡକାୟତ ମୁହଁରେ କପଡ଼ା ବାନ୍ଧିି, ହାତରେ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଧରି ପୁରୀ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ମାଲୁଦ ନବଗାଁରେ ଥିବା ଜେବିଏସ ଆକ୍ୱାଟିକ୍ସ ନାମକ ଏକ ଚିଙ୍ଗୁଡ଼ି ଜାଆଁଳ ଉତ୍ପାଦନ କେନ୍ଦ୍ର ପରିସରରେ ପ୍ରବେଶ କରି ୫୦ ଲକ୍ଷ ନଗଦ ଟଙ୍କା ସହିତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ଡକାୟତମାନେ ସଂସ୍ଥାର ୫ ଜଣ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଗୋଟିଏ ଘରେ ବନ୍ଦ କରି ଦେବା ସହିତ ଏହି ଡକାୟତି କରିଛନ୍ତି। ଏପରିକି ସେଠାରେ ଲଗାଯାଇଥିବା ସିସିଟିଭି ହାର୍ଡ ଡିସ୍କକୁ ମଧ୍ୟ ଡକାୟତମାନେ ନେଇ ପଳାଇଛନ୍ତି। ଖବରପାଇ କୃଷ୍ଣପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁରୀ: ନଗଦ ୫୦ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଡକାୟତି
/sambad/media/post_attachments/wp-content/uploads/2018/02/puri-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)