ଆଜି ୫୦ ସଂକ୍ରମିତ, ୧୨୪ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଦୈନିକ କରୋନା ସଂକ୍ରମଣ ହାର ଗତ ୧୫ ଦିନ ଧରି ୮୦ ରୁ ୩୦୦ ମଧ୍ୟରେ ରହିଥିବା ବେଳେ ଆଜି ଏହା ୫୦ ରହିିଛି। ଏହା ସହ ଆଜି ସର୍ବାଧିକ ୧୨୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଗ୍ରାମାଂଚଳର ୧୦ଟି ବ୍ଲକରେ ୫୯୦ଟି ରାପିଡ୍ ଆଂଟିଜେନ୍ ଓ ୪୧୦ଟି ଆର୍ଟି-ପିସିଆର୍ ପରୀକ୍ଷଣ ହୋଇଥିଲା। ଏହା ମଧ୍ୟରୁ ୫୦ଜଣ ସଂକ୍ରମିତ ହୋଇଛନ୍ତି।

ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରେ ୭, ବାଲିପାଟଣାରେ ଜଣେ, ଭୁବନେଶ୍ୱର ବ୍ଲକରେ ୯ଜଣ, ଜଟଣୀରୁ ୫, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୬, ବେଗୁନିଆରୁ ୪, ବୋଲଗଡ଼ରୁ ୪, ଟାଙ୍ଗୀରୁ ସର୍ବାଧିକ ୧୦, ଚିଲିକା-ବାଲୁଗାଁରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଣପୁରରୁ କାହାରିକୁ ଚିହ୍ନଟ କରାଯାଇନାହିଁ। ଅପରପକ୍ଷରେ ଆଜି ୧୨୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୪୧ ହୋଇଛି।

ସମ୍ବନ୍ଧିତ ଖବର