କୋରାପୁଟରେ ମନରେଗାରେ ଦୁର୍ନୀତି; ଚାଷ ଜମି ମରାମତି ନାଁରେ ୫୦ ହଜାର ଚଳୁ, ଜାଣି ନାହାନ୍ତି ହିତାଧିକାରୀ

ଜିଲ୍ଲା ସାରା ମାଡିଛି ଏହି ଦୁର୍ନୀତି, ତଦନ୍ତ ଦାବି

କୋରାପୁଟ: କୋରାପୁଟ ଜିଲ୍ଲାରେ ମାଡିଛି ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି। ଜମି ମରାମତି ନାଁରେ ଟଙ୍କା ଅନୁମୋଦନ କରି ସରକାରୀ ବାବୁ ଓ ସ୍ତାନୀୟ ଯୁବକଙ୍କ ସହାୟତରେ ଚଳୁ କରାଯାଇଛି। କିନ୍ତୁ ଏନେଇ ସାମାନ୍ୟତମ ସୂଚନା ହିତାଧିକାରୀଙ୍କୁ ନଥିବା ଜଣାପଡିଛି। ଖାଲି କୋରାପୁଟ ବ୍ଲକ କେନ୍ଦାର ଅନ୍ତର୍ଗତ ଦୟାନିଧିଗୁଡା ଗୁଡାରେ ଗାଁ ନୁହେଁ ଜିଲ୍ଲା ସାରା ମାଡିଛି ଏହି ଜମି ମରାମତି ନାମରେ ଦୁର୍ନୀତି।କୋରାପୁଟ ବ୍ଲକର ଦୟାନିଧିଗୁଡା ଗାଁରେ ରହୁନ୍ତି ଲିଙ୍ଗା ସାଉନ୍ତା ଓ ୫ ପ୍ରାଣୀ ସଂସାର। ଅତ୍ୟନ୍ତ ଗରିବ ଶ୍ରଣୀୟ ହୋଇଥିବାରୁ କୂଲିଭୂତି ସହ ଚାଷ କାମ କରି ପରିବାର ଚଳାନ୍ତି। ଘରେ ସମସ୍ତେ ଶ୍ରମିକ ଭାବେ କାମ କଲେ ସନ୍ଧ୍ୟାରେ ପେଟକୁ ଦାନା ଯାଏ। ୨୦୧୮-୧୯ ବର୍ଷରେ ରାଣିଗଡ ରୋଡ କଡରେ ରହିଥିବା ତାଙ୍କ ଜମିରେ ମନରେଗାରେ ୫୦ହଜାର ଟଙ୍କା ବିନିମୟରେ ଜମି ମରାମତି ହୋଇଛି। ଏନେଇ ଜମିଠାରୁ ଦେଢ କିଲୋମିଟର ଦୂରରେ କାର୍ଯ୍ୟ ଫଳକ କେଇ ଦିନ ହେବ ତିଆରି କରା ଯାଇଥିବାବେଳେ ଭାଙ୍ଗି ମାଟିରେ ମିଶିଥିବା ଦେଖିବାକୁ ମିଳିଛି। ଏନେଇ ଆମେ ବୁଝିବାରୁ ଲିଙ୍ଗାର ଜମିରେ କୌଣସି କାମ ହୋଇ ନ ଥିବା ପ୍ରକାଶ କରିଥିଲେ। ବାରମ୍ବାର ପଚାରିବାରୁ ସେ ଗାଁର ଜଣେ କୁଜି ଠିକାଦାରଙ୍କ ନାମ କହିଥିଲେ। ତାଙ୍କୁ ଏନେଇ ଯୋଗାଯୋଗ କରିବାପରେ ସେ ଜାଣି ନ ଥିବା କହି ବ୍କଲ କତ୍ତୃପକ୍ଷ ଜାଣିଥିବା କହି ଏଡେଇ ଯାଇଥିଲେ। ପରେ ତଦନ୍ତ କରିବା ପରେ ଆମେଜାଣିଲୁ ଯେ ଲିଙ୍ଗାର ବ୍ୟାଙ୍କ ଖାତାରେ ୨୦୧୨ରୁ ଏବେ ଯାଏ କୌଣସି ଅର୍ଥ ରାଶି ଆସିନାହିଁ। କିନ୍ତୁ କାମ କରାଇ ଅର୍ଥ ଲୁଟି ନେଇଛନ୍ତି ଠିକାଦାର ଓ ପଞ୍ଚାୟତରେ ରହିଥିବା କର୍ମଚାରୀ। କିନ୍ତୁ ଏହା ମାଟି କାମ ହୋଇଥିବାରୁ ଶ୍ରମିକଙ୍କୁ ନିୟୋଜିତ କରାଯିବା କଥା। ମହିଳା ଶ୍ରମିକଙ୍କୁ ନିାୟାଜିତ କରାଯାଇ ତାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରରେଣ କରାଯିବାର ନିୟମ ରହିଛି।

Sambad

କିନ୍ତୁ ଲିଙ୍ଗାଙ୍କ ପରିବାର ୬ଜଣ ଯାକ ଶ୍ରମିକ ହୋଇଥିଲେ ବି ତାଙ୍କ ଏଥିରେ ସାମିଲ କରାଯାଇନାହିଁ। ଅତି ଚଞ୍ଚକତା କରି ମେସିନ ସାହାର୍ଯ୍ୟରେ କାମ କରାଇଛନ୍ତି ଠିକାଦାର। ଅର୍ଥକୁ କାରସାଦି କରି ଚଳୁ କରାଇ ଦେଇଥିବାବେଳେ ସୂଚନା ଫଳରେ କବେଳ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଛାଡି ଅନ୍ୟ କିଛି ଦିଆଯାଇନାହିଁ। ତେବେ ଲକଡାଉନ-୧ରେ ମେସିନରେ କାର୍ଯ୍ୟ ହୋଇଥିବାରୁ ହିତାଧିକାରୀଙ୍କୁ ଜଣାଯାଇନି। ଏନେଇ ଲିଙ୍ଗା ସାଉନ୍ତା କହିଛନ୍ତି ଯେ କିଛିଦିନ ତଳେ ଗାଁର ଜଣେ ଯୁବକ ଘରକୁ ଆସି ଜମି ମରାମତି ହେବ ବୋଲି ସୂଚନା ଦେଇଥିଲା। ଏହାପରେ ତାଙ୍କଠାରୁ ବିନା ଅନୁମତିରେ ଜମି ମରାମତି କରାଯାଇଥିବା ଜଣିବାକୁ ପାଇଥିଲେ। ଏହାପରେ ତାଙ୍କ ନାମକୁ ବ୍ୟବହାର କରି ମନରୋଗାରେ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଯଦି ଶ୍ରମିକଙ୍କ ଅକାଉଣ୍ଟକୁ ଅର୍ଥ ଯାଇଛି ତବେ‌ ଘରେ ମୁଁ ମୋର ସ୍ତ୍ରୀ ଦଶାଇ ସାଉନ୍ତା, ଲଚା ସାଉନ୍ତା, ଇଶ୍ବର ସାଉନ୍ତା, ଜମବତୀ ସାଉନ୍ତା ଓମାଳି ସାଉନ୍ତା ରହିଥିବାବେଳେ ସେମାନଙ୍କୁ କାହିଁକି ଏଥିରେ ସାମିଲ କରାଗଲାନି ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ବିଡିଓ ନରେନ୍ଦ୍ର ନାୟକ କହିଛନ୍ତି ଯେ ଗଣମାଧ୍ୟମରୁ ଏନେଇ ସୂଚନା ପାଇଛି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର