ରାଉରକେଲାରେ ୫୦୦ ଶଯ୍ୟା ବିଶିଷ୍ଟ ଇସ୍ପାତ ନିଦାନ କେନ୍ଦ୍ର ଲୋକାର୍ପିତ

ରାଉରକେଲା : ସେଲ୍‌ ପକ୍ଷରୁ ସେକ୍ଟର-୨୨ ସାରନଗରୀରେ ନିର୍ମିତ ୫୦୦ ଶଯ୍ୟା ବିଶିଷ୍ଟ ଇସ୍ପାତ ନିଦାନ କେନ୍ଦ୍ର ( କୋଭିଡ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟର) ଲୋକାର୍ପିତ ହୋଇ ଯାଇଛି । ଆଜି ଅପରାହ୍ନ ଚାରିଟା କେନ୍ଦ୍ର ପେଟ୍ରୋଲିୟମ ତଥା ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍‌ ମାଧ୍ୟମରେ ଏହାକୁ ଲୋକାର୍ପଣ କରିଛନ୍ତି ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ର ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ,କେନ୍ଦ୍ର ଇସ୍ପାତ ସଚିବ ପି.‌କେ. ତ୍ରିପାଠୀ ଓ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଏଡିଏମ ଅବୋଲି ସୁନୀଲ ନରବଣେ ଙ୍କ ସହିତ ସେଲର ବରିଷ୍ଟ ଅଧିକାରୀ ଓ ଜିଲ୍ଲାର ସମସ୍ତ ବିଧାୟକ ବିଧୟିକା ଉପସ୍ଥିତ ଥିଲେ ।

ନିଦାନ କେନ୍ଦ୍ରରେ ୫୦୦ ବେଡ୍‌ ସହ ଅକ୍ସିଜେନ୍‌ର ସୁବିଧା ରହିଛି। ଆରଏସପି ଆକ୍ସିଜେନ ପ୍ଲାଣ୍ଟ ରୁ ସିଧା ସଳଖ ହସ୍ପିଟାଲକୁ ଆକ୍ସିଜେନ ଯୋଗାଣ ହେଉଛି । ଏଥିସହ ନିଦାନ କେଦ୍ରର ଆଇସିୟୁର ସୁବିଧା ମଧ୍ୟ ରହିଛି । ଏହା ଦ୍ୱାରା କେବଳ ସୁନ୍ଦରଗଡ଼ ନୁହେଁ ବରଂ ଦେବଗଡ଼, ସମ୍ବଲପୁର, କେଉଁଝର ସମେତ ବହୁ ଜିଲ୍ଲାର କୋଭିଡ ରୋଗୀ ଉପକୃତ ହୋଇପାରିବେ କ୍ଷ ନିକଟରେ ଆଇଜିଏଚ୍‌ (ଇସ୍ପାତ ଜେନେରାଲ ହସ୍ପିଟାଲ)ର ସୁପର ସ୍ପେଶିଆଲିଷ୍ଟ କୋଭିଡ୍‌ ହସ୍ପିଟାଲରେ ୧୦୦ ଆଇସିୟୁ ଓ ଭେଣ୍ଟିଲେଟ୍‌ର ସୁବିଧାର ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସାରନଗରୀ, କେନ୍ଦୁଝର ବଡବିଲ, କୋଇଡାରେ କୋଭିଡ ସେଣ୍ଟର ନିର୍ମାଣ କରିବାକୁ ଇସ୍ପାତ ମନ୍ତ୍ରାଳୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର