ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ୩୫୩ ନମ୍ବର ଜାତୀୟ ରାଜପଥ ଚକାଡଙ୍ଗର ଦେଓବାହାଲ ଗ୍ରାମ ମଧ୍ୟସ୍ଥଳରେ ଗୁରୁବାର ରାତିରେ ନରେନ୍ଦ୍ର ପ୍ରଧାନୀ ନାମକ ଜଣେ ଶ୍ରମିକଙ୍କୁ ମାଡ଼ ମାରି ସେ ଧରିଥିବା ୫ ଜହାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଖଡ଼ିଆଳ ଥାନା ବଡ଼ମହେଶ୍ୱର ଗାଁର ନରେନ୍ଦ୍ର ଖଡ଼ିଆଳରେ ଏକ ଠେଲା ହୋଟେଲରେ ମିସ୍ତ୍ରି କାମ କରନ୍ତି। ସେ ଏକ ଏସଏଚଜି ଗ୍ରୁପ୍ ଟଙ୍କା କରଜ କରିଥିଲେ। ଶୁକ୍ରବାର ଟଙ୍କା ପଇଠ ତାରିଖ ଥିବାରୁ ସମସ୍ତ ଗ୍ରୁପ୍ର ୫ ହଜାର ଟଙ୍କା ସଂଗ୍ରହ କରି ଘରକୁ ବାଇକ୍ରେ ଫେରୁଥିଲେ। ୪ ଜଣ ଡକାୟତ ତାଙ୍କୁ ପିଛା କରିଥିଲେ। ଚକାଡଙ୍ଗର ଦେଓବାହାଲ ନିଛାଟିଆ ରାସ୍ତା ଥିବାରୁ ତାଙ୍କୁ ଓଭରଟେକ କରି ବାଇକ୍କୁ ଅଟକାଇ ଚାରିଜଣ ଦକାୟତ ଲୁହାଛଡ଼ରେ ମୁଣ୍ଡରେ ବାଡ଼େଇଥିଲେ। ଫଳରେ ନରେନ୍ଦ୍ର ତଳେ ପଡ଼ିଯାଇ ବେହୋସ ହୋଇ ଯାଇଥିଲେ। ପକେଟରେ ଥିବା ୫ ହଜାର ଟଙ୍କା ସହିତ ବାଇକ୍କୁ ମଧ୍ୟ ନେଇ ଯାଇଥିଲେ। ପରେ ବାଇକକୁ ଏକ ଧାନ ବିଲରେ ଫିଙ୍ଗି ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକ ନରେନ୍ଦ୍ରଙ୍କୁ ଚିହ୍ନିପାରି ତାଙ୍କ ଘରକୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଖଡ଼ିିଆଳ ସିଏଚ୍ସିରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ନୂଆପଡ଼ା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏନେଇ ଖଡ଼ିଆଳ ଏସ୍ଆଇ ଆଦିତ୍ୟ ମହାକୁରଙ୍କୁ ପଚାରିବାରୁ ଥାନାରେ ବର୍ତ୍ତମାନ ସୁଦ୍ଧା କେସ ହୋଇ ନଥିବା ପ୍ରକାଶ କରିଛନ୍ତି।
ଶ୍ରମିକଙ୍କୁ ମାଡ଼ ମାରି ୫ ହଜାର ଟଙ୍କା ଲୁଟ୍
/sambad/media/post_attachments/wp-content/uploads/2017/11/robbery-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)