ସୁନ୍ଦରଗଡ଼ର ସାତଟି ବ୍ଲକର ପ୍ରାୟ ୫୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ରାଉରକେଲା : ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡ଼ା, କୋଇଡ଼ା ଏବଂ ଗୁରୁଣ୍ଡିଆ ବ୍ଲକର ୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି l

ବିଶ୍ରାର ଜରେଇକେଲା, ଭାଲୁଲତା, ତୁଳସୀକାନି, ମନକୋ, କପlଟମୁଣ୍ଡାର ପଞ୍ଚlୟତ ଅଫିସ ଓ ସ୍କୁଲକୁ ଆଶ୍ରୟସ୍ଥଳୀ କରାଯାଇଛି l  ନୁଆଁଗାଁ ବ୍ଲକର ଏବେ ସୁଧ୍ୟା ପ୍ରାୟ ୬୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି l ବ୍ଲକର ନୂଆଗାଁ, ସୋରଡ଼ା,କୋକେରମା, ହାତିବାରୀ, ପୁରୁଣାପାଣି ବାଗଡେଗା ଆଦି ସ୍କୁଲ ଓ ସେବାଶ୍ରମରେ ଆଶ୍ରୟସ୍ଥଳ କରାଯାଇଛି l ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଆରଏମସି ପକ୍ଷରୁ ରାଉରକେଲାର ତିନିଟି ସ୍କୁଲକୁ ମଧ୍ୟ ଆଶ୍ରୟସ୍ଥଳୀ କରାଯାଇଛି l

ସମ୍ବନ୍ଧିତ ଖବର