ବାରିପଦା: ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ବଡ଼କୁଚିଆମରା ଗ୍ରାମରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଜୟପାଲସିଂହ ମୁଣ୍ଡାଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ଭାରତ ମୁଣ୍ଡା ସମାଜ ପକ୍ଷରୁ ପାଳିତ ହୋଇଯାଇଛି। ସଂଗଠନର ରାଜ୍ୟ ସଭାପତି ରବିନ୍ଦ୍ରନାଥ ସିଂହ’ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂ, ରାଜ୍ୟ ସମ୍ପାଦକ ଗୋବର୍ଦ୍ଧନ ସିଂ, ବାଇଧର ସିଂ, ଛାତ୍ର ସଂଗଠନର ସଭାପତି ମଙ୍ଗଲ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ସିଂ ପ୍ରମୁଖ ସ୍ୱର୍ଗତଃ ଜୟପାଲ ସିଂ’ଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।
ସ୍ବର୍ଗତଃ ସିଂ ମର୍ଯାଦାଜନକ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଜଣେ ମେଧାବୀ ଛାତ୍ର, ଆଇସିଏସ ଅଧିକାରୀ, ଭାରତ ବର୍ଷର ପ୍ରଥମ ବିରୋଧୀ ଦଳ ନେତା ଥିଲେ। ସେହିପରି ଆମଷ୍ଟରଡାମ୍ ଅଲମ୍ପିକ୍ରେ ଭାରତୀୟ ହକି ଦଳର ନେତୃତ୍ୟ ନେଇ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ଜଣେ ସମାଜ ସଂସ୍କାରକ ସହିତ ପଣ୍ଡିତ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରେ ଜଣେ ଦକ୍ଷ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବଳରାମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jaypal-singh-munda.jpeg)