କଟକ: ଆଜି କଟକ ସହରରୁ ମୋଟ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୨ ଜଣ ଓ ସ୍ଥାନୀୟ ଅଂଚଳରୁ ୨୯ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୪ ଜଣ ପୁରୁଷ ଓ ୨ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୃହ ସଂଗରୋଧରୁ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଖାଟବିନ ସାହିରୁ ୪ ଜଣ, ସିଡିଏ ସେକ୍ଟର-୯ରୁ ୩ ଜଣ, ମହାନଦୀ ବିହାର, ସିଡିଏ ସେକ୍ଟର-୮ରୁ ୨ ଜଣ ଲେଖାଏଁ, କଣ୍ଟେନମେଣ୍ଟ ରୋଡ, ମାଲଗୋଦାମ, କଲ୍ୟାଣୀ ନଗର ଓ ଜଗତପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

publive-image

ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଗତପୁରରୁ ଆଜି ସର୍ବାଧିକ ୬ ଜଣ ଅଛନ୍ତି। ସେହିଭଳି ସିଡିଏ ସେକ୍ଟର-୯, ମଧୁପାଟଣାରୁ ୪-୪ ଜଣ, ତିନିଘରିଆରୁ ୩ ଜଣ, ବିଡାନାସୀରୁ ୨ ଜଣ, ନୂଆପଡ଼ା, ମହାନଦୀ ବିହାର, ବାଦାମବାଡ଼ି, ମଙ୍ଗଳାବାଗ, ସତୀଚଉରା, ମହତାବ ରୋଡ, ଦେଓ୍ଵାନ ବଜାର, ଲିଙ୍କରୋଡ,ପୁଲିସ କଲୋନି, ସିଡିଏ ସେକ୍ଟର-୬ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୫୧ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୩ ହଜାର ୪୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ହଜାର ୪୦୨ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୧ ହଜାର ୧୦ ଜଣ ଚିକିତ୍ସାଧୀନ ଥିବା ବେଳେ ୫୬ ଜଣଙ୍କର ମୃତ୍ୟୁ ହୋଇଛି।