ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ୫୧ଜଣ ମହିଳାଙ୍କୁ ମାଗଣା ସେବା ଯୋଗାଇଲେ ବୁର୍ଲା ଡ଼ାକ୍ତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ନୂଆବଜାର ନିକଟ ବୁଡ଼ିମାଁ ମନ୍ଦିର ସମ୍ମୁଖରେ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ବାସଭବନ ପରିସରରେ ବିନିକାରେ ୨୫ ଜଣ ଓ ସଂସାମୁରା ୨୬ଜଣ ମୋଟ ୫୧ ଜଣ ମହିଲା ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତାଙ୍କ ତତ୍ବାବଧାନରେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ପକ୍ଷରୁ ମାଗଣାରେ ସେବା ପାଇ ଥିବାରୁ ମହିଲାମାନେ ଡ଼ାକ୍ତର ହେଉଛନ୍ତି ଚଳନ୍ତି ଭବବାନ ବୋଲି ଆଲୋଚନା କରୁଥିଲେ। କଲିଯୁଗରେ ଏପରି ମଣିଷ ମିଲିବା କ୍ବଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି। ଏହା ଦ୍ବାରା ସମାଜ ବେପଥ ଗାମୀରୁ ରକ୍ଷା ପାଉଥିବା ଆଲୋଚନା ହେଉଥିଲା।

ବିନିକା ମାଟିର ସୁଯୋଗ୍ୟ ସନ୍ତାନ ତଥା ବୁର୍ଲା ଭିମସାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେଙ୍କ ଦ୍ବାରା ମହିଳାମାନେ ଚିକିତ୍ସା ସେବା ପାଇପାରିଥିଲେ। ଦୀର୍ଘ ବର୍ଷ ହେବ ବାପାଙ୍କ ପ୍ରେରଣାରେ ଏହିପରି ‌‌ମାଗଣା ସେବା ଦେବାକୁ ପ୍ରତ୍ୟହ ମାସ ଚତୁର୍ଥ ଶନିବାର ଦିନ ନିଜ ଜନ୍ମ ମାଟିକୁ ଛୁଟିଆସିଥାନ୍ତି। ଡ଼ା ପାଣ୍ଡେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟକୁ ପହଞ୍ଚି ପ୍ରଥମେ ଯୁବ ଅଭିନେତା, କଳାକାର, ସଂଙ୍ଗୀତଜ୍ଞ, ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପଜ୍ପଳନ କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ।

ସେହିପରି ଡ଼ାକ୍ତର ପାଣ୍ଡେ ବିନିକା ଠାରୁ ଚିକିତ୍ସା ସାରି ନିଜ ଜନ୍ମମାଟି ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ସଂସାମୁରା ଗ୍ରାମକୁ ପହଞ୍ଚି ୨୬ ଜଣ ମହିଳାମାନଙ୍କୁ ମାଗଣା ସେବା ଯୋଗାଇ ଥିଲେ। ଏହିପରି ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଆସି ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରଫେସର ଡ଼ା ପାଣ୍ଡେ ପ୍ରକାଶ କରିଥିଲେ। ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ନୈରାଶ୍ୟଜନକ ଥିବାରୁ ମାଗଣା‌ରେ ମହିଳାମାନେ ସ୍ବାସ୍ଥ ସେବା ପାଇ ଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଲିବା ସହତ ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନନ୍ତ କୁମାର ଷାଣ୍ଢ, ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତା, କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ, ଉପଦେଷ୍ଟା କମିଟି ସଦସ୍ୟ ସୋମିତ୍ରୀ ପତି, ସୂର୍ଯ୍ୟନାରାୟଣ ସାହୁ, ଗୈାତମ ମିଶ୍ର, ମନୋରଞ୍ଜନ ମିଶ୍ର, ଗରିବ ସାଲମା, ଜୟ ପାଣିଗ୍ରାହୀ, କାହ୍ନୁ କର୍ଣ୍ଣ, ଅଶୋକ ପାଣ୍ଡେ, ତନ୍ମୟୀ ଅଗସ୍ତୀ, ଗୀତାଞ୍ଜଳି ମିଶ୍ର, କୈଲାଶ ଗଣ୍ଡ, ହରିକ୍ଷ ମହାପାତ୍ର, ରବୀନ୍ଦ୍ର ପାତ୍ର, ମନୋରଞ୍ଜନ ପଧାନ, ଭରତ ହୋତା, ଚୈତନ ବେହେରା, ପିତାମ୍ବର କର୍ଣ୍ଣ, ମକଧ୍ବଜ ଥନାପତି, ଭୀମସେନ ସୁନା, ଶେଷଦେବ ମଣ୍ଡଲ, କପିଲେଶ୍ବର ବାରିକ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ବାପା ତଥା ବିନିକା ସମ୍ଵାଦ ପ୍ରତିନିଧି ଅକ୍ଷୟ କୁମାର ପୂଜିହାରୀ, ମାକ୍ଷ ଗୀତାଞ୍ଜଳି ପୂଜାହାରୀ ସମେତ  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ତିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର