ଢାବାରେ ଖାଇଲେ ଝାଡଖଣ୍ଡ ଫେରନ୍ତା ବ୍ୟକ୍ତି, ରାସ୍ତାକଡ଼ରେ ମେଳି

ବାରିପଦା: ଢାବାରେ ଖାଇଲେ ଝାଡଖଣ୍ଡ ଫେରନ୍ତା ଜଣେ ବ୍ୟକ୍ତି। ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ କଟକର ଏକ ପ୍ରମୁଖ ବିଶ୍ବବିଦ୍ୟାଳୟରେ କାମରେ ନିୟୋଜିତ ଥିବା କିଛି ଶ୍ରମିକ ଝାଡଖଣ୍ଡର ଏକ ବସ୍ (ଜେଏଚ୍-୧୯-ଏ-୭୪୭୭) ଯୋଗେ ନିଜ ରାଜ୍ୟକୁ ଫେରୁଥିଲେ। ବସ୍ କର୍ମଚାରୀଙ୍କ ସହିତ ଏହି ବସରେ ୨୧ଜଣ ଝାଡଖଣ୍ଡ ଫେରୁଥିଲେ।

ତେବେ ଜାତୀୟ ରାଜପଥରେ ଆସୁଥିବାବେଳେ ବାରିପଦା ପୂର୍ବରୁ ମଞ୍ଚାବନ୍ଧା ନିକଟସ୍ଥ ଏକ ଢାବା ଆଗରେ ଖାଇବାକୁ ଏହି ବସ୍ ଅଟକିଥିଲା। ବସରେ ଥିବା ଯାତ୍ରୀମାନେ ଢାବାରୁ ଖାଦ୍ୟ ଆଣି ରାସ୍ତା କଡ଼ରେ ବସି ଖାଇଥିଲେ। ଏହି ସମୟରେ ସାମାଜିକ ଦୂରତା ନିୟମ ପ୍ରାୟତଃ ନଥିଲା କହିଲେ ଚଳେ। ମାତ୍ର ଏହି ବସ୍ର ପ୍ରାୟ ୩ଜଣ କର୍ମଚାରୀ କିନ୍ତୁ ଢାବା ଭିତରେ ବସି ଖାଦ୍ୟ ଖାଇଥିଲେ। ଯାହାକି କରୋନା ନିୟମକୁ ଉଂଲଘନ କରୁଥିବା ପ୍ରକାଶ।

ବର୍ତ୍ତମାନ ନିୟମ ଅନୁସାରେ କେହି ବି ଢାବାରେ ବସି ଖାଇବାକୁ ବାରଣ କରାଯାଇଛି। ପୁଣି ବାହାର ରାଜ୍ୟର ଲୋକଙ୍କୁ ତ’ କେବେ ମଧ୍ୟ କୌଣସି ରାସ୍ତାକଡ଼ ଢାବାରେ ବସି ଖାଇବାର ଅନୁମତି ନାହିଁ। ତଥାପି ଏପରି ସମୟରେ ଏମିତି ଭାବେ ନିୟମକୁ ଉଂଲଘନ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର