ସୋରଡ଼ା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଆମ ପୁଲିସ ସମିତି ଓ ‘ସମ୍ବାଦ’- ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ସ୍ମୃତିରେ ଓ ରକ୍ତଭଣ୍ଡାରରେ ରକ୍ତ ଅଭାବ ଦୂର କରିବାକୁ ବଡ଼ଗଡ଼ ସ୍ଥିତ କଳିଙ୍ଗ ବୈଶ୍ୟଭବନରେ ଆୟୋଜିତ ଏହି ଶିବିରରେ ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ରକ୍ତଦାନ ପାଇଁ ରକ୍ତଦାତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶିବିରରୁ ରେକର୍ଡ଼ସଂଖ୍ୟକ ୫୧୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ରକ୍ତଭଣ୍ଡାର ଓ ଭଞ୍ଜନଗର ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ ହୋଇଥିଲା। ଥାନାଧିକାରୀ ସୁରଜ କୁମାର ଝଙ୍କାରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରକୁ ଆସିକା ସାସଂଦ ପ୍ରମିଳା ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଆସିକା ଏସ୍ଡିପିଓ ଉମାଶଙ୍କର ସିଂହ, ଶେରଗଡ଼ ଥାନାଧିକାରୀ ମନୋଜ ପ୍ରଧାନ, ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ ଓ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ପ୍ରତିନିଧି ସମରେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
ଶିବିରରୁ ରେକର୍ଡ଼ସଂଖ୍ୟକ ୫୧୬ ୟୁନିଟ୍ ରକ୍ତ ସଂଗୃହୀତ
/sambad/media/post_attachments/wp-content/uploads/2023/06/5bae6104-27e6-4ca6-b73d-62f2036d8e9b.jpg)