ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓ ବିଶୋଇପୁଟ ଗ୍ରାମ ମଧ୍ୟରେ ଥିବା ରାସ୍ତାରେ ଗୋଟିଏ କାରରୁ ସଦର ପୁଲିସ ଗଞ୍ଜେଇ ଜବତ କରିଛି। କିନ୍ତୁ ଗଞ୍ଜେଇ ଚାଲାଣ କରୁଥିବା ଡ୍ରାଇଭର ଫୋରର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ଭୋର ୫ଟା ବେଳେ ଏସ୍ଆଇ ରାଜକିଶୋର ବାରିକ ଓ ପୁଲିସ ଟିମ୍ ସକାଳୁ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ବ୍ରାହ୍ମଣୀଗାଁ ଓ ବିଶୋଇପୁଟ ଗାଁ ମଧ୍ୟରେ ଥିବା ରାସ୍ତା କଡରେ ଗୋଟିଏ ଛତିଶଗଡ ରାଜ୍ୟର ନମ୍ବର ଥିବା କାର (ସିଜି ୦୭ ଏମ୍ ୦୫୦୬) ରହିଥିଲା। ସେଥିରେ ଗଞ୍ଜେଇ ଥିବା ସନ୍ଦେହରେ ପୁଲିସ ଯାଞ୍ଚ କରିବ ବେଳକୁ ସେଥିରୁ ୫୨ କିଲୋ ଗଞ୍ଜେଇ ବାହାରିଥିଲା। ଗାଡି ଚାଳକକୁ ପୁଲିସ ଖୋଜିବା ପାଇଁ ଚେଷ୍ଟା କରିଥିବା ବେଳେ କିନ୍ତୁ ଡ୍ରାଇଭରକୁ ପାଇନଥିଲେ। ଏନେଇ ଜୟପୁର ସଦର ପୁଲିସ ଥାନାରେ କେସ୍ ନଂ ୨୨୧/୨୨ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଇଶ୍ବର ତାଣ୍ଡି କହିଛନ୍ତି।
୫୨ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
/sambad/media/post_attachments/wp-content/uploads/2022/07/JPR-Ganjei.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)