ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ନିକଟରେ ଥିବା ବାସେଳୀ ଭେରାଇଟି ଦୋକାନରେ ଚଢ଼ଉକରି ଆଜି ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ୍ ୫୩ ଲିଟର ବିଦେଶୀ ମଦ ଜବତ କରିଛି।
ଆଜି ସକାଳେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ ଓ ଅବକାରୀ ସଦର ଥାନା ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ଥିବା ବାସେଳୀ ଭେରାଇଟି ଦୋକାନରୁ ୨୮ଲିଟର ୮୬୦ ମିଲି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଓ ୨୪ ଲିଟର ୮୫୦ ମିଲିର ବିଭିନ୍ନ ବ୍ରାଣ୍ଡର ବିୟର ବୋତଲ ଜବତ କରିଥିଲେ। ଏହି ଘଟଣାରେ ଦୋକାନ ମାଲିକ ବାସେଳୀ ସାହି ବାସିନ୍ଦା ଆକାଶ ଖୋଦାମସିଂହ (୨୬)କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Excise-raid-Khordha-Medical-chouk-2-1.jpeg)