ରାୟଗଡ଼ା: କରୋନା ତୃତୀୟ ଲହରୀ ମୁକାବିଲା ପାଇଁ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ। ରାପିଡ୍ ରେସପନସ୍ ଟିମ୍ ଜରିଆରେ ବିଭିନ୍ନ ଗ୍ରାମାଞ୍ଚଳରେ ପହଞ୍ଚି ସ୍ବାବ ସଂଗ୍ରହ କରିବା ସହ ସଚେତନତା ଜାରି ରଖିଛି। ଆଜି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରାପିଡ୍ ରେସପନସ୍ ଟିମ୍ (ଆରଆରଟି) ଶଗଡ଼ରେ ନଦୀ ପାର ହୋଇ ଉପାନ୍ତ ଅନିଜା ଗାଁରେ ପହଞ୍ଚି ୧୫୩ ସ୍ବାବ ସଂଗ୍ରହ କରିଛନ୍ତି।
ରାୟଗଡ଼ା ବ୍ଲକ୍ କେରେଡ଼ା ପଞ୍ଚାୟତର ନାଗାବଳୀ ନଦୀ ଅପରପାର୍ଶ୍ବରେ ଥିବା ଉପାନ୍ତ ଅନିଜା ଗାଁରେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ସୁନୀଲ ମହାପାତ୍ର ଙ୍କ ତତ୍ତ୍ବାବଧାନରେ ଆରଆରଟି ଟିମ୍ ପହଞ୍ଚି ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ୍ କ୍ୟାମ୍ପ ଆୟୋଜନ କରିଥିଲେ। କିନ୍ତୁ ନାଗାବଳୀ ନଦୀରେ ପାଣି ଥିବାରୁ ଟିମ୍ କର୍ତ୍ତୃପକ୍ଷ ନଦୀ ପାର ହେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେରେଡ଼ା ସରପଞ୍ଚ ଗୋବର୍ଦ୍ଧନ କଣ୍ଡାଗିରି, ପିଇଓ ଗୌରାଙ୍ଗ ପାଣିଗ୍ରାହୀ ଶଗଡ଼ର ବ୍ୟବସ୍ଥା କରିବା ପରେ ଟିମ୍ ନଦୀ ପାର ହୋଇ ଗାଁରେ ପହଞ୍ଚିଥିଲା। ଗ୍ରାମବାସୀଙ୍କୁ ସଚେତନ କରାଯାଇ ୧୫୩ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଥିଲା। ୧୦୦ଟି ସ୍ବାବ ଆରଟିପିସିଆର ଟେଷ୍ଟିଂ ପାଇଁ ପଠାଯାଇଥିବା ବେଳେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସଂଗ୍ରହ ହୋଇଥିବା ୫୩ ସ୍ବାବ ନେଟଗେଟିଭ୍ ଥିବା ଜଣା ପଡିଛି। ଡା. ମହାପାତ୍ରଙ୍କ ସମେତ ଡିଇଓ ମନୋଜ, ଲ୍ୟାବ୍ ଟେକ୍ନିସିଆନ୍ ଦୁର୍ଗା, ଶେଫାଳି, ମମତା, ଫାର୍ମାସିଷ୍ଟ ରେଣୁକା, ସିଦ୍ଧାର୍ଥ, ଅଙ୍ଗଦ ଓ ଗ୍ରାମର ଆଶା, ଅଙ୍ଗନବାଡି ପ୍ରମୁଖ କ୍ୟାମ୍ପରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/b02a636b-971e-447a-b540-62ff19d8c010.jpg)