ବୌଦ୍ଧ: ଲକ୍ଷ୍ମୀପ୍ରସାଦରେ ରକ୍ତଦାନ ଶିବିର; ୫୩ ୟୁନିଟ ରକ୍ତ ସଂଗ୍ରହ 

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ନୂତନ ଶ୍ରୀରାମ ଓ ଜଗନ୍ନାଥ ମନ୍ଦିର ନିର୍ମାଣର ଉପଦେଷ୍ଟା ସ୍ବର୍ଗତ ହିମାଂଶୁ ଶେଖର ସାହୁଙ୍କ ସ୍ମୃତିରେ ସମ୍ବାଦ-ଆମ ଓଡ଼ିଶା, ଶ୍ରୀରାମ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି, ରକ୍ତ ଦାତା ସଙ୍ଘ  ଏବଂ ମେହେର କେଭା ହର୍ବାଲ ଷ୍ଟୋରଙ୍କ ମିଳିତ ସହଯୋଗରେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ ମୋଟ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ  ଚାରିଜଣ ମହିଳା ଓ ୪୯ ଜଣ ପୁରୁଷ ରକ୍ତଦାନ କରିଥିଲେ l

ରକ୍ତଦାନ ଶିବିରରେ ବୌଦ୍ଧ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର ମେହେର, ପଦ୍ମନପୁର ସରପଞ୍ଚ ପ୍ରତାପ ପରିଡ଼ା, ସମାଜସେବୀ ଯୋଗେଶ୍ୱର ମହାକୁଳ, ପୂର୍ବତନ ସରପଞ୍ଚ ଭୋଲଗିରି ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।ପ୍ରଥମେ ପ୍ରଶାନ୍ତ ବାରିକ ଓ ଜୟଦେବ ମେହେର ରକ୍ତଦାନ କରିଥିଲେ l

ବସନ୍ତ ମେହେର, ରଞ୍ଜନ ସୁବୁଦ୍ଧି, ଦେବକିଶୋର ସାହୁ, ଜଗନ୍ନାଥ  ସାହୁ, ଶଙ୍କର ମେହେର, ପ୍ରମୋଦ କୁମାର ପାତ୍ର, ସୁଜିତ କୁମାର ସାହୁ, ଶୁକ୍ରୁ ମେହେର, ନରତ୍ତମ ମେହେର, ଅଞ୍ଜନ କୁମାର ସାହୁ, ନବକିଶୋର ମେହେର, ମନରଞ୍ଜନ ନାଏକ, ହୃଦାନନ୍ଦ ମେହେର, ଉଦୟନାଥ ମେହେର, କହ୍ନlଇ  ମିର୍ଦ୍ଧା, ସୁନିତ କୁମାର ସାହୁ, ପ୍ରଦେlଶ ରଞ୍ଜନ ସାହୁ, ଗୁପ୍ତେଶ୍ୱର ବେହେରା, ପ୍ରତାପ କିଶୋର ପରିଡା, ପବିତ୍ର କୁମାର ଦଳାଇ, ଗଜାନନ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ସୁମନ୍ତ ମେହେର, ଦୀପାଞ୍ଜଳୀ ସାହୁ, ମିନାକ୍ଷୀ ସାହୁ,ବୀଣାପାଣି ସାହୁ, ସୁଚିତ୍ରା ସାହୁ, ଶିବ ଶଙ୍କର ପରିଡା, ସଂଜୀବ କୁମାର ଜେନା, ବୀର ମେହେର, ଯୁଧିଷ୍ଟିର ମେହେର, ଅଜୟ କୁମାର ମେହେର, ଡ଼ଲାମଣି ମେହେର, ବବି ମେହେର, ବୁଦ୍ଧରାମ ମେହେର, ଲିଙ୍କନ ସାହୁ, ତରୁଣ ମେହେର, ରଂଜିତ ମେହେର, ଲୋକନାଥ ମେହେର, ଧର୍ମେନ୍ଦ୍ର ମେହେର, ହେମନ୍ତ ମେହେର, ସନ୍ତୋଷ ମେହେର, ଦୁର୍ଘଧନ ମେହେର, ନେପାଳ ମେହେର, ଗୁରୁ ମେହେର, ବୀରବlହୁ ମେହେର, ଡମ୍ବରୁ ମେହେର, ଭିକାରି ମେହେର, ଜଗମୋହନ ମେହେର, ଡୁଲେସ୍ୱରୀ ମେହେର, ଅଞ୍ଜନ କୁମାର ସାହୁ ପ୍ରମୁଖ ରକ୍ତଦାନ କରିଥିଲେ  l

ବୌଦ୍ଧ ବ୍ଲଡ ବ୍ୟାଙ୍କ ଅଫିସର ଡାକ୍ତର ମଳୟ କୁମାର ସାହୁ, ମେଡିକାଲ ଟେକ୍ନୋଲୋଜିଷ୍ଟ ଦେବଦତ୍ତ କିସାନ, ଆସିଷ୍ଟାଣ୍ଡ ବାଦଲ କୁମାର ପ୍ରଧାନ ସହ ବୌଦ୍ଧ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନେ ଯୋଗଦେଇ ୫୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜହ୍ନ।ପଙ୍କ ସମ୍ବାଦ ପ୍ରତିନିଧି ନବକିଶୋର ମେହେର ପରିଚାଳନା କରିଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ନାଏକ, ସାମ୍ବାଦିକ ହୃଦାନନ୍ଦ ମେହେର, ବିଜୟ ସାହୁ, ଜଗଦିଶ ବାରିକ, ଜୀବର୍ଧନ ମେହେର, ଜିତେନ ମେହେର, ପିଣ୍ଟୁ ପାଣିଗ୍ରାହୀ, କେତନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର