କଟକ ସହରରେ ଆଉ ୫୩ କରୋନା ପଜିଟିଭ୍‌, ୧୦ ସ୍ଥାନୀୟ ସଂକ୍ରମଣ

କଟକ: କଟକ ସହରରୁ ସୋମବାର ୫୩ଜଣ କରୋନା ପଜିଟଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ୫୩ଜଣଙ୍କ ମଧ୍ୟରୁ ୧୯ଜଣ କଣ୍ଟେନମେଣ୍ଟ ଜୋନରୁ, ୦୬ଜଣ ସରକାରୀ କ୍ୱାରେନ୍‌ଟାଇନ୍‌ରୁ ଓ ୧୮ଜଣ ଘରୋଇ ସଙ୍ଗରୋଧରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଟି ସ୍ଥାନୀୟ ମାମଲା ରହିଛି।

ଚିହ୍ନଟ ହୋଇଥିବା ୧୦ସ୍ଥାନୀୟ ମାମଲା ମଧ୍ୟରୁ ଫ୍ରେଣ୍ଡସ୍‌ କଲୋନିରୁ ଜଣେ ପୁରୁଷ, ରାଜା ବଗିଚାରୁ ଜଣେ କରୋନା ଯୋଦ୍ଧା, ବାମ୍ଫି ସାହିରୁ ଜଣେ ପୁରୁଷ, କନିକା ଛକରୁ ଜଣେ ପୁରୁଷ, ଦର୍ଘା ବଜାରରୁ ଜଣେ ମହିଳା, ମହତାବ ନଗରରୁ ଜଣେ କରୋନା ଯୋଦ୍ଧା, ମଧୁପାଟଣାରୁ ଜଣେ ପୁରୁଷ, ସିଡିଏ ସେକ୍ଟର-୧୦ରୁ ଜଣେ ପୁରୁଷ, ସିଡିଏ ସେକ୍ଟର-୭ରୁ ଜଣେ ମହିଳା କରୋନା ଯୋଦ୍ଧା ଓ ସାହେବଜାଦା ବଜାରରୁ ଜଣେ ପୁରୁଷଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଆଜି ରାଜ୍ୟରେ ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୩୯ ଓ ସ୍ଥାନୀୟ ଅଞ୍ଚଳରୁ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ କଟକ ଜିଲ୍ଲାରୁ ୭୨ ଜଣ କରୋନା ସଂକ୍ରମିତ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର