୫୩ କେଜି ଗଞ୍ଜେଇ ଜବତ ସହ ୪ ମହିଳା ବେପାରୀ ଗିରଫ  

୨୦ ହଜାର ଟଙ୍କା, ୬ ମୋବାଇଲ ଜବତ

ରାଉରକେଲା: ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଛି ବ୍ରହ୍ମପୁରରୁ ବିହାର, ଝାଡ଼ଖଣ୍ଡ। ବସ୍‌, ଟ୍ରେନ୍‌ ଯୋଗେ ବସ୍ତା ବସ୍ତା ଗଞ୍ଜେଇ ରାଉରକେଲା ଦେଇ ଚାଲାଣ ହେଉଛି ଏସବୁ ରାଜ୍ୟକୁ। ଚୋରା ଚାଲାଣ କାରବାର ସାମିଲ ହେଉଛନ୍ତି ମହିଳା ବେପାରୀ। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ଏମିତି ଏକ ଚୋରା ଚାଲାଣ ରୢାକେଟ୍‌ର ୪ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନେ ‌ହେଲେ ବିହାର କାତିହାର ଜିଲ୍ଲା ବିନ୍ଦଟୋଲିର ଜସୋ ଦେବୀ (୪୭), ପୁରନ ଦେବୀ ଓରଫ ପୁନମ୍‌ ଦେବୀ (୩୧), ପୁରିଆ ଜିଲ୍ଲାର ଅଜହୋକୋପାର ଚାନ୍ଦ ଦେବୀ (୨୫), ପସରା ଥାନା ଅନ୍ତର୍ଗତ ପିପରପାଣ୍ଟିର ରେଖା କୁମାରୀ (୪୯)। ଏମାନଙ୍କ ନିକଟରୁ ପୁଲିସ ୫୩ କେଜି ୬୯୦ ଗ୍ରାମ ଗଞ୍ଜେଇ, ନଗଦ ୨୦ ହଜାର ୧୨୦ ଟଙ୍କା, ୬ଟି ମୋବାଇଲ ଫୋନ୍‌ ଜବତ କରିଛି।

ପୁଲିସର ସୂଚନା ମୁତାବକ ୪ ମହିଳା ବ୍ରହ୍ମପୁରରୁ ବସ୍‌ ଯୋଗେ ଆସି ଆଜି ସକାଳେ ରାଉରକେଲା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ବ୍ରହ୍ମପୁର ବସ୍‌ରୁ ଓହ୍ଲାଇବା ପରେ ବିହାର ଯିବାକୁ ନୂଆ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ବସ୍‌ଷ୍ଟାଣ୍ଡରେ ରାଞ୍ଚି ବସ୍‌କୁ ଅପେକ୍ଷା କରିଥିଲେ। ପୁଲିସ ସୂଚନା ପାଇ ବସ୍‌ଷ୍ଟାଣ୍ଡରେ ଚଢ଼ଉ କରି ୪ ମହିଳାଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଏୟାର ବ୍ୟାଗ୍‌ ଜବତ କରିଥିଲା। ତେବେ ଗିରଫ ମହିଳାମାନେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ କି ନାହିଁ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର