୫୪ କେଜି ଗଞ୍ଜେଇ ଜବତ

ହାଟଡିହି: ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ଅଧୀନ ମରୈଗାଁ ପଞ୍ଚାୟତ ନାଉକଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପୁଲିସ ଚଢ଼ଉ କରି ୫୪ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏକ ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ସୁରେଶ ଦାସଙ୍କ ନିର୍ଦେଶକ୍ରମେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ ଘସିପୁରା ପୁଲିସ ସହଯୋଗରେ ନାଉକଣା ଗ୍ରାମର କାହ୍ନୁ ଯେନାଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ପୂର୍ବରୁ ପରିବାର ଲୋକେ ଘର ଛାଡ଼ି ପଳାଇଥିବାରୁ ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିପାରିନି। ଘର ଯାଞ୍ଚ କରିବାରୁ ବିଭିନ୍ନ ସ୍ଥାନରେ ଲୁଚା ହୋଇଥିବା ୫୪ କେଜି ୬୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ସୂଚନାଯୋଗ୍ୟ, ଦୁଇବର୍ଷ ତଳେ ଏହି ଘରେ ଚଢ଼ଉ କରି କେନ୍ଦ୍ରୀୟ ଅବକାରୀ ବିଭାଗ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳା‌ଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର