କାଳିଆପାଣି: ସୁକିନ୍ଦା କ୍ରୋମ୍ ଉପତ୍ୟକାର ଜୀବନରେଖା କୁହାଯାଉଥିବା ଟମକା-ମଙ୍ଗଳପୁର ସଡ଼କରେ ଗତ କିଛିମାସ ଧରି ଲାଗି ରହିଥିବା ଟ୍ରାଫିକଜାମ୍ ପାଇଁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଧାରାବାହିକ ଖବର ପ୍ରକାଶ ପାଇବା ପରେ ଏସ୍‌ପି ଭିନିତ ଅଗ୍ରୱାଲ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି।

Advertisment

ଏସ୍‌ପିଙ୍କ ନିର୍ଦେଶରେ କାଳିଆପାଣି ଥାନା ଦାୟିତ୍ବରେ ଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଆଜି ସଦଳବଳ ଟମକା-ମଙ୍ଗଳପୁର ସଡ଼କରେ ବୁଲିବା ସହ ବେଆଇନ ଭାବେ ଠିଆହୋଇଥିବା ୫୪ଟି ଟ୍ରକକୁ କଳା ତାଲିକାଭୁକ୍ତ କରିଛନ୍ତି। ଏହିସବୁ ଟ୍ରକଗୁଡ଼ିକୁ ଖଣିଅଞ୍ଚଳରେ ମାସେ ପର୍ଯ୍ୟନ୍ତ ବୋଝେଇ ସୁଯୋଗ ମିଳିବ ନାହିଁ। ଗତକାଲି ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ଉକ୍ତ ଟ୍ରକ୍ ସବୁ ମୁଖ୍ୟ ସଡ଼କରୁ ହଟି ନଥିଲେ। ପାଖାପାଖି ୬ ମାସ ପରେ ଖଣିଅଞ୍ଚଳ ମୁଖ୍ୟ ରାସ୍ତାରୁ ରାସ୍ତାଜାମ୍ ସମସ୍ୟା ହଟିଥିବାରୁ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି।