ଚିଲିକାରେ ଘେରି ଉଛେଦ; ୫୬ ହେକ୍ଟର ଚିଲିକା ଜଳ ପରିବେଷ୍ଟିତ ଅଂଚଳ ଘେରି ମୁକ୍ତ

ଚିଲିକା: ଅଚାନକ ଭାବେ ସଦଳବଳ ଭାବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକର ହାଟବରଡିହ ପଞ୍ଚାୟତ ସଂଲଗ୍ନ ଚିଲିକା ଜଳରାଶି ପରିବେଷ୍ଟିତ ଅଂଚଳ ଉପରେ ଚଢଉ କରାଯାଇ ସଂପୃକ୍ତ ଚିଲିକା ଜଳରେ କରାଯାଇଥିବା ବେଆଇନ ଘେରି ଗୁଡିକୁ ଉଛେଦ ଆରମ୍ଭ କରାଯାଇଥିଲା। ଏଥିରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡଂଗା ଓ ବୈଷୟିକ ସହଯୋଗ ପ୍ରଦଊନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ଘେରି ଉଛ୍ଛେଦ କାର୍ଯ୍ୟରେ ଗଠିିତ ଟିମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆଙ୍କ ନେତୃତ୍ତ୍ବରେ ଏଡିଏମ୍‌ ଅନୁଜ କୁମାର ଦାସ ପଟ୍ଟନାୟକ, ଚିଲିକା ତହସିଲଦାର ପୁନମ ପଟ୍ଟନାୟକ, ଟାଂଗୀ ଆଇଆଇସି ସରୋଜ କୁମାର ଉପାଧ୍ୟାୟ, ସିଡିଏର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ରହିଥିଲେ। ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ହାଟବରଡିହ ପଞ୍ଚାୟତ ଅଧିନ ଚିଲିକା ପେଣ୍ଠ ଓ ଆଖପାଖ ଚିଲିକା ଜଳରାଶି ଉଛେଦ ଚାଲିଥିବା ଆଖପାଖ ଇଲାକାରେ ସଦଳବଳ ମୋଟ ୨ ପ୍ଲାଟୁନ ପୋଲିସ ବଳ ମୁତୟନ ରହିଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ଏହି ଉଛେଦକାରୀ ଦଳ ସକାଳୁ ଦିନ ତମାମ ଚିଲିକାର ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟସ୍ଥ ମୋଟ ୫୬ ହେକ୍ଟର ଅଂଚଳରେ ହୋଇଥିବା ବେଆଇନ ଘେରିକୁ ମଜୁରୀ ଲଗାଇ ଉଛେଦ କରାଇ ଏଥିରେ ବ୍ୟବହୃତ ବାଉଁଶ କୀଳା ଓ ମଶାରୀ ଜାଲକୁ ହଟାଇ କୂଳକୁ ଡଂଗାରେ ଆଣିଥିଲେ। କିଛି ସ୍ଥାନୀୟ ଅଧିବାସୀଙ୍କ କହିବାନୁଯାୟୀ ପ୍ରଶାସନ ଏଭଳି ପୂର୍ବରୁ ଅନେକଥର ଉଛେଦ କରୁଥିବା ବେଳେ ମାଫିଆମାନେ ପୁଣି ପୂର୍ବବତ୍ ଚିଲିକାରେ ବାରମ୍ବାର ବେଆଇନ ଘେରି କରି ଆସ୍ଥାନ ଜମାଉଥିବାବେଳେ ପ୍ରଶାସନ ଏଦିଗରେ ଉଦାସୀନତା ଦେଖାଉଥିବା ଅଭିଯୋଗ କରି ଏହା କେବଳ ପ୍ରହସନ ବୋଲି ଅଭିହିତ କରିଛନ୍ତି।

Sambad

ତେବେ ଉଛେଦକାରୀ ଟିମରେ ଚିଲିକା ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଉପସ୍ଥିତ ରହିଥିବା ଏଡିଏମ୍‌ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଗଣମାଧ୍ୟମ ପକ୍ଷରୁ ଏବାବଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସପଟ୍ଟନାୟକ କହିଲେ ଯେ, ଏଭଳି ଚିଲିକାରେ ବେଆଇନ ଘେରି ଗୁଡିକୁ ସଂପୁର୍ଣ୍ଣ ଉଛେଦ କରାଯାଇ ଚିଲିକାକୁ ଘେରିମୁକ୍ତ କରାଯିବ ଓ ଏହି ପ୍ରକ୍ରିୟା ଜାରି ରଖାଯାଇ ଆଗାମୀ ଦିନରେ ଏହି ଉଛେଦ ପ୍ରକ୍ରିୟାକୁ ପୁଣି ଜୋରଦାର କରାଯିବ। ବେଆଇନ ଘେରି ନିର୍ମାଣ ଓ ଆଇନ ଉଲଂଘନକାରୀଙ୍କ ବିରୋଧରେ ମାମଲା ଋଜ୍ଜୁ କରାଯିବ ବୋଲି ଏଡିଏମ୍‌ ଶ୍ରୀ ଦାସପଟ୍ଟନାୟକ ଗଣମାଧ୍ୟମକୁ ଉତ୍ତର ଦେଇଥିଲେ। ସୂଚନାରୁ ପ୍ରକାଶ ହାଟବରଡିହ ସଂଲଗ୍ନ ଚିଲିକା ଜଳରାଶି ପରିବେଷ୍ଟିତ ଅଂଚଳରେ ଏହା ପୂର୍ବରୁ ନିକଟରେ ଗତ ୨୫.୩ ୨୦୨୧ ରେ ବେଆଇନ ୧୨ ଟି ଘେରି ଉଛେଦ କରାଯାଇ ମୋଟ ୧୭ ଏକର ଉଛେଦ କରାଯାଇ ସଂପୃକ୍ତ ଅଂଚଳର ଚିଲିକା ଜଳରାଶି ଘେରିମୁକ୍ତ କରାରାଇଥିଲା।

ସମ୍ବନ୍ଧିତ ଖବର