ହରଭଙ୍ଗା: ବୌଦ୍ଧ ଜିଲ୍ଲା ଅଡେଣିଗଡ଼ ଟିକାକରଣ କେନ୍ଦ୍ରରେ ଟିକା ଅଭାବ ଯୋଗୁଁ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ପ୍ରାପ୍ତ ସୂଚନା ମତେ ଆଜି ବୌଦ୍ଧ ଜିଲ୍ଲାରେ ୧୧ ଟି କେନ୍ଦ୍ରରେ ୩ ହଜାର ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଆଡେଣିଗଡ଼ ଟିକାକରଣ କେନ୍ଦ୍ରରେ ୨୦୦ ଡୋଜ ଟିକା ଦେବାର ବନ୍ଦୋବସ୍ତ ହୋଇଥିଲା।

Advertisment

publive-image

ତେବେ ଟିକାକରଣ କେନ୍ଦ୍ରକୁ ଟିକା ନେବାପାଇଁ ମାତ୍ରାଧିକ ଲୋକଙ୍କ ଭିଡ ଜମିବାରୁ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଥିଲା । ଫଳରେ ଟିକା ନେବାରୁ ବଞ୍ଚିତ ହେବା ଆଶଙ୍କାରେ ଆଶାୟୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା।

ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରିବାରୁ ୧ଘଣ୍ଟା ପରେ ରାସ୍ତାରୋକ ହଟିଛି । ଅନ୍ୟପଟେ ଟିକା ନେବାପାଇଁ ଆସୁଥିବା ଆଶାୟୀମାନଙ୍କ ମଧ୍ୟରୁ ଅଧିକାଂଶ ମୁହଁରେ ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତ୍ୱ ପ୍ରତି ମଧ୍ୟ କେହି ଗୁରୁତ୍ୱ ଦେଉନଥିବା ଦେଖିବାଜୁ ମିଳିଥିଲା |