କଟକ ସହରରୁ ଆଜି ୫୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୨୬ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୩୧ ଜଣ ଓ ସ୍ଥାନୀୟ ଅଂଚଳରୁ ୨୬ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦ ଜଣ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି। ଗୃହସଂଗରୋଧରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ନୟାବଜାରରୁ ୩ ଜଣ, ସିଡିଏ ସେକ୍ଟର-୧୦, ନିମଚଉଡ଼ିରୁ ୨ ଜଣ ଲେଖାଏଁ, ବାଦାମବାଡ଼ି, ଗୌତମ ନଗର, ସିଡିଏ ସେକ୍ଟର-୭, ସେକ୍ଟର-୯, କଲେଜ ଛକରୁ ଜଣେ ଲେଖାଏଁ ଅଛନ୍ତି।

 

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୫୭ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୭୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୮୪୩ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୨୯ ଜଣ ଚିକିତ୍ସାଧୀନ ଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର