ଯାଜପୁର: ୫୭ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ପ୍ରସ୍ତୁତ ଅର୍ଚ୍ଚନା

ଯାଜପୁର: ଯାଜପୁର ଧର୍ମଶାଳା ବ୍ଲକ କପିଳେଶ୍ୱରପୁର ଗାଁର ଜଣେ ମହିଳାଙ୍କ ପାଠପଢ଼ା ନିଶା ଆଗରେ ବୟସ ହାର ମାନିଛି । ସେ ୫୭ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଛନ୍ତି।

ଧର୍ମଶାଳା ବ୍ଲକ କପିଳେଶ୍ୱରପୁର ଗାଁରେ ଅର୍ଚ୍ଚନା ସର ବସବାସ କରନ୍ତି। ତାଙ୍କର ପୁଅ ଝିଅ ବଡ ହୋଇ କଲେଜରେ ପାଠ ପଢୁଛନ୍ତି। ପରିବାରରେ ସମସ୍ତେ ଉଚ୍ଚଶିକ୍ଷିତ ଥିବା ବେଳେ ଅର୍ଚ୍ଚନାଙ୍କ ପାଠପାଢ଼ରେ ଅଧାରୁ ଡୋରି ବନ୍ଧା ହୋଇଥିଲା । ଏବେ ସେ ଏହି ଡୋରିକୁ ଫିଟାଇ ପୁଣିଥରେ ପାଠପଢିବା ଲାଗି ମନବଳାଇଛନ୍ତି।

Image result for 57-year lady matric-examinee
Hindustan Times

ଅର୍ଚ୍ଚନା ସାଧାରଣ ଗୃହିଣୀଙ୍କ ପରି ଘରକାମ କରିବା ସହ ସମୟ ପାଇଲେ ମନ ଦେଇ ପାଠ ପଢ଼ୁଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଦିନକୁ ୫ରୁ ୬ଘଣ୍ଟା ପାଠ ପଢୁଛନ୍ତି ସେ। ଏଥିପାଇଁ ତାଙ୍କୁ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି। ଅର୍ଚ୍ଚନା ପତ୍ରବିନିମୟ ପାଠ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷା ଦେବେ। ସେ ଜଣେ ସାଧାରଣ ମ୍ୟାଟ୍ରିକ ପରୀକ୍ଷା ପରୀକ୍ଷାର୍ଥୀ ପରି ପରୀକ୍ଷା ଦେବେ ।

ଅନ୍ୟପଟେ ଅର୍ଚ୍ଚନା ପରୀକ୍ଷାରେ ନିଶ୍ଚିତ ସଫଳ ହେବେ ବୋଲି ଆଶା ରଖିଛନ୍ତି। ଅର୍ଚ୍ଚନାଙ୍କ ପାଠପଢ଼ା ଓ ମାଟ୍ରିକ୍‌ ପରୀକ୍ଷା ଦେବାକୁ ନେଇ ତାଙ୍କ ପରିବାର ଲୋକ ବେଶ୍‌ ଆଶାବାଦୀ ହୋଇ ଉଠିଛନ୍ତି। ଏ ବୟସରେ ପାଠପଢି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଇଥିବା ଅର୍ଚ୍ଚନା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବେ।

ସମ୍ବନ୍ଧିତ ଖବର