ଘଟଗାଁ: ଆଜି ମା’ ତାରିଣୀ ମନ୍ଦିର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ହୁଣ୍ଡିରୁ ୨୬ ଲକ୍ଷ ୮ ହଜାର ୫୯୦ ଟଙ୍କା, ୫୮ ଗ୍ରାମ ୨୨୦ ମିଲିଗ୍ରାମ ସୁନା ଏବଂ ୯୭୨ ଗ୍ରାମ ୨୯୦ ମିଲିଗ୍ରାମ ରୁପା ମିଳିଛି। ସମ୍ବଲପୁର ଡିଭିଜିନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତରେ ମନ୍ଦିର ବେଢା ଭିତର ଓ ବାହାରେ ମୋଟ ୧୩ ଟି ହୁଣ୍ଡି ଖୋଳାଯାଇ ଗଣତି କରାଯାଇଥିଲା।

Advertisment

ଗଣତି କାର୍ଯ୍ୟରେ ମନ୍ଦିର  ଅବନୀ କୁମାର ଜେନା, ତରଣୀସେନ ରାଉତ, ଶରତ କୁମାର ବେହେରା, ହରେକୃଷ୍ଣ ପଳେଇ, ମହେଶ୍ୱର ସାହୁ  ଶ୍ରୀକାନ୍ତ ଦେହୁରୀ, ଅରୁଣ କୁମାର ନାଏକ, ନବୀନ ମହାନ୍ତ,  ବାଲ୍ମୀକି ବଳ, ପ୍ରଦୀପ କୁମାର ନାଏକ, ନାରାୟଣ ମୁଖି, ଚନ୍ଦ୍ରା ମୁଖି, ହରିହର ମହାନ୍ତ, ନକୁଳ ବେଜ, ବାବୁଲି ଶା ପୁଲିସ କର୍ମଚାରୀ ଓ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କ କର୍ମଚାରୀ ପାୟଲ ମଲ୍ଲିକ  ଓ ସିପୁନ ସାହୁଙ୍କ ପ୍ରମୁଖ ଉପସ୍ଥିତ ରହି ଗଣତି କରିଥିଲେ।