କେନ୍ଦ୍ରାପଡ଼ା: ବାଇକ୍‌ ଡିକି ଭାଙ୍ଗି  ୫୮ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବଜାର ନିକଟରୁ ମଙ୍ଗଳବାର ଡିକି ଭାଙ୍ଗି ଦୁଇଜଣ ଦୁର୍ବୃତ୍ତ ୫୮ ହଜାର ଟଙ୍କା ଲୁଟି ନେଇ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଇଚ୍ଛାପୁର ଅଞ୍ଚଳରେ ବସବାସ କରୁଥିବା କେଶବଚରଣ ଦାସ କେନ୍ଦ୍ରାପଡ଼ା ବଜାର ଏସ୍‌ବିଆଇ ଶାଖାରୁ ଟଙ୍କା ଉଠେଇବାକୁ ଯାଇଥିଲେ। ସେଠାରେ ସେ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ଏହାପରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଉପରେ ଗାଡ଼ି ରଖି ପରିବା କିଣୁଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ବାଇକ୍‌ରେ ଆସି କେଶବଚରଣଙ୍କ ଡିକି ଭାଙ୍ଗି ଟଙ୍ଗା ଲୁଟି ଫେରାର ହୋଇଯାଇଥିଲେ।  ଏନେଇ କେଶବଚରଣ ଟାଉନ୍‌ ଥାନାରେ ଅଭିଯୋଗ ପରେ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର