ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆଜି ଚଢ଼ଉ କରାଯାଇଛି। ଏହି କ୍ରମରେ ଭ୍ରୁତାବାହାଲଠାରେ ଦେଶୀ ମଦ ରନ୍ଧା ହେଉଥିବା ସ୍ଥାନରେ ଅତର୍କିତ ଚଢ଼ଉ କରାଯାଇଥିଲା। ତେବେ ପୁଲିସକୁ ଦେଖି ମଦ ବେପାରିମାନେ ଘଟଣା ସ୍ଥଳରୁ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ୫୮୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାସହ ଜବତ ହୋଇଥିବା ୨୩ ହଜାର ୪ ଶହ କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଆଜି ଚଢ଼ଉ କରାଯାଇଥିଲା। ଏଥିରେ ଅବକାରୀ ଏସ୍‌ଆଇ ଶ୍ରୀଧର ମହାନ୍ତି, ମାନସ ମୁଣ୍ଡା, ରମାକାନ୍ତ ଚାନ୍ଦଙ୍କ ସମେତ ବିଶ୍ରା ଥାନାର ଏସ୍‌ଆଇ ସଞ୍ଜୟ ଭୁକ୍ତା, ତନୁ କିଶୋର ପାତ୍ର, ବିଜୟ ଜେନା, ସୁନୀତା କେର୍କେଟା ପ୍ରମୁଖ ସାମିଲ ଥିଲେ ।