ମାଲକାନଗିରି : ମାଲକାନଗିରି ସଦର ମହକୁମାସ୍ଥିତ ପୁଲିସ ପଡିଆରେ ୫୯ତମ ଗୃହରକ୍ଷୀ ବାହିନୀ ଓ ନାଗରିକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ପ୍ରହ୍ଲାଦ ସହାୟ ମୀନା ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଦେଶ ସୁରକ୍ଷା ଦିଗରେ ଗୃହରକ୍ଷୀ ବାହିନୀଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ରହିଛି । ସେମାନଙ୍କୁ ସମ୍ମାନ ଦେଇ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୬ ତାରିଖ ଦିନ ଗୃହରକ୍ଷୀ ବାହିନୀ ଦିବସ ହୋଇଆସୁଥିବା ଏସପି ଶ୍ରୀ ମୀନା ପ୍ରକାଶ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଶୁଭେଛା ବାର୍ତ୍ତା ଏସପି ଶ୍ରୀ ମୀନା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଅଭିଳାଷ ଜୀ,ଡିଏଫଓ ପ୍ରତାପ କତ୍ତାପାଲୀ,ଅତିରିକ୍ତ ଏସପି ବଳଭଦ୍ର ଦୀବ,ଡିଏସପି ଅଜିତ କୁମାର ସେଠୀ, ରବୀନ୍ଦ୍ର ପାତ୍ର,ସତ୍ୟବ୍ରତ ଭୁୟାଁ,ପୁଲିସ ଆରଆଇ ଶ୍ୟାମ ସୁନ୍ଦର ସୋରେନ,ଆଇଆଇସି ରାମ ପ୍ରସାଦ ନାଗ,ପ୍ୟାରେଡ କମାଣ୍ଡର ମନୋରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ ଦୁର୍ବାସା ନାୟକ ପ୍ୟାରେଡ ପରିଚାଳନା କରିଥିଲେ।ଏହି କାର୍ୟ୍ୟକ୍ରମ କୋଭିଡ ନିୟମ ଅନୁସାରେ କରାଯାଇଥିଲା।