ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ଆଜି ପୁରୀ ଗସ୍ତ କରି ନିର୍ମାଣାଧୀନ ଷ୍ଟାଡିୟମ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ସେ କାର୍ଯ୍ୟର ସମୀକ୍ଷା କରିବା ସହ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ।

Advertisment

publive-image

ଏହା ସହିତ ଶ୍ରୀ ପାଣ୍ଡିଆନ ପୁରୀ ଜିଲ୍ଲାରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ପୁରୀ ସହରର ଆଖଡ଼ା ସଂସ୍କୃତି ବେଶ ସମୃଦ୍ଧ । ଏଣୁ ପୁରୀରେ କୁସ୍ତି, ବକ୍ସିଂ, ଭାରୋତ୍ତଳନ ଆଦି କ୍ରୀଡ଼ାର ବ୍ୟାପକ ସମ୍ଭାବନା ରହିଛି । କ୍ରୀଡ଼ାର ବିକାଶ ପାଇଁ ଆଖଡ଼ାଗୁଡ଼ିକର ସହାୟତା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରକଳ୍ପଟି ୪୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି । ଏହା ଅବଢା ଯୋଜନା ଅଧିନରେ ନିର୍ମାଣ କରାଯାଉଛି ।  ଏହି ଷ୍ଟାଡିୟମଟି ମୁଖ୍ୟତଃ ଏକ କ୍ରିକେଟ ଷ୍ଟାଡିୟମ ହେବ । ତେବେ ଏଠାରେ ସ୍ବିମିଂ ପୁଲ, ଇଣ୍ଡୋର ହଲ ଆଦି ରହିବ ।