ବାରିପଦା: ପଶୁ ଶିକାର କରି ମାଂସ ଭାଗ କରୁଥିବାବେଳେ ମାଡିବସିଲା ବନ ବିଭାଗ | ଆଉ ୬ ଜଣ ଶିକାରୀ ସମେତ ମାଂସ ଓ ଧନୁତୀରକୁ ଜବତ କରିଛି | ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ କିଛି ଏଭଳି ଘଟଣା ଘଟିଛି |
ମିଳିଥିବା ସୂଚନା ମୁତାବକ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଡୁମୁରଡିହା ଗ୍ରାମରେ ଏକ କୁଟୁରା ଶିକାର କରି ୬ ଜଣ ଶିକାରୀ ମାଂସ ଭାଗ କରୁଥିଲେ । ଶନିବାର ରାତି ୧୦ଟା ବେଳେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମାଂସ ଭାଗ କରୁଥିବା ନେଇ ଖବର ପାଇଥିଲେ | ଆଉ ସଦଳବଳେ ଚଢ଼ାଉ କରି ୧୨ କିଲୋଗ୍ରାମ ମାଂସ, ଧନୁ ତୀର ସହ ୬ଜଣଙ୍କୁ ଗିରଫ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/20a648f3-b6a8-415b-9fcd-535c35fcbe81.jpg)