ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲା : ୬ ଅଭିଯୁକ୍ତ ଗିରଫ

ପଦ୍ମପୁର:  ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପାଜିଲିବନ୍ଧ ନିକଟ ଏକ କୁଡିଆରେ ରାମ ମୁଳିଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିଲା l ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାଣ୍ଡ ପରେ ସେହି ଗାଁର ନାଳ ନିକଟରେ ମୃତ ଶରୀର ପୋଡିଦେଇଥିବା ଅଭିଯୋଗ ହୋଇଥିଲା । ରାୟଗଡା ସାଇଣ୍ଟିଫିକ୍ ଟିମ୍ ସମେତ ସନ୍ଧାନୀ କୁକୁର ଏବଂ ଗୁଣପୁର ଏସଡିପିଓ ରାଜକିଶୋର ଦାସ ଏବଂ ପଦ୍ମପୁର ଆଇଆଇସି ସଂଜୟ କୁମାର ନାୟକ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ l ଏନେଇ ମୃତ ରାମ ମୁଳିଙ୍କ ସ୍ତ୍ରୀ ମାୟା ମୁଳି ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ l ଘଟଣାର ମାତ୍ର ୧୦ଦିନ ପରେ, ଆଜି ପଦ୍ମପୁର ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉକ୍ତ ଘଟଣାରେ ପୋଲିସ ବିଷ୍ଣୁ ଶବର(୨୫), ଈଶ୍ୱର ଶବର,(୨୦) ,ଫଳୁଗୁନି ଶବର ,(୪୩), କେଶବ ଶବର(୪୦) ଜଗବନ୍ଧୁ ଶବର(୩୨) ରାଜୁ ଶବର(୨୫), କୁ ଗିରଫ କରି ଗୁଣୁପୁର କୋର୍ଟ ଚାଲାଣ କରିଛନ୍ତି ।

ସମ୍ବନ୍ଧିତ ଖବର