ବରଗଡ଼: ସୋହେଲା ଥାନା ଅନ୍ତର୍ଗତ ଗ୍ରୀଞ୍ଜେଲ ଗାଁରେ ଜଣେ ସୁନା ବେପାରୀଙ୍କ ଠାରୁ ଗତ ୬ ତାରିଖ ରାତି ୧୦ଟା ବେଳେ ଲୁଟ୍‌ ହୋଇଥିଲା। ଏହି ମାମଲାରେ ସୋହେଲା ପୁଲିସ୍‌ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରବି ବରିହା, ବଣ୍ଟି ଦାଶ, ରମେଶ ଗଡ଼ତିଆ, ନାରାୟଣ ବାଗ ଏବଂ କାର୍ତିକ ଷଣ୍ଢ। ସମସ୍ତେ ସୋହେଲାର।

Advertisment

ଅନ୍ୟ ଅଭିଯୁକ୍ତ ମହେନ୍ଦ୍ର ସାହୁ ଖଇରା ଗାଁର। ସେମାନଙ୍କ ଠାରୁ ଗୋଟିଏ କମାଣ୍ଡର ଜିପ୍‌, ୪୬୦ ଗ୍ରାମର ସୁନା ଗହଣା ଏବଂ ନଗଦ ୫୦ହଜାର ଟଙ୍କା ଜବତ ହୋଇଛି। ସୂଚନାଯୋଗ୍ୟ, ଲୁଟ୍‌ ଶିକାର ହୋଇଥିବା ବ୍ୟକ୍ତି ଜଣକ ଅୱଧ ପତ୍ରୀ।

ସେ ରାୟପୁରସ୍ଥିତ ଏସ୍‌ଏସ୍‌ ଜ୍ବେଲରି ନାମକ ଅଳଙ୍କାର ଦୋକାନରେ କାମ କରନ୍ତି। ବରଗଡ଼ରୁ ବରମକେଲା କାର୍‌ରେ ଫେରୁଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ପିଛା କରୁଥିଲେ। ଗ୍ରୀଞ୍ଜେଲ ପାଖରେ ନିଛାଟିଆ ରାସ୍ତାରେ ଅୱଧଙ୍କୁ ଅଟକାଇଥିଲେ। ତାଙ୍କ ପାଖରେ ଥିବା ୮ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଏବଂ ନଗଦ ୧.୫୭ ଲକ୍ଷ ଟଙ୍କା ନେଇ ଫେରାର୍‌ ମାରିଥିଲେ।