ପୁଲିସର ଚଢ଼ାଉ:୨୦୦ ଲିଟର ମଦ ଜବତ, ୬ ଗିରଫ

ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ପାଳିବା ପାଇଁ ଥାନା ଅଧିକାରୀ ଯୋଜନା ମୁତାବକ ଚଢ଼ାଉ ଆରମ୍ଭ କରିଛନ୍ତି। ଆସିକା ଥାନା ଅନ୍ତର୍ଗତ ପାକେଲା ପଲ୍ଲୀ ଏରୋଗଲା ବସ୍ତିରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ସ୍ଥାନ ଉପରେ ଆଜି ପୁଲିସ ଚଢ଼ାଉ  କରିଥିଲା। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ପୁଲିସ ଟିମ ଅତର୍କିତ ଚଢ଼ାଉ କରି ୨ ଶହ ଲିଟର ମଦ ଜବତ କରିବା ସହ ଏଥିରେ ସମ୍ପୂର୍କ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ବହୁ ମଦ ପ୍ରସ୍ତୁତି ସରଞ୍ଜାମ୍ ଜବତ କରି ଦୁଇ ହଜାର ଲିଟର ପୋଚ ମଧ୍ୟ ନଷ୍ଟ କରିଥିଲା। ଗିରଫ ଅଭିଯୁକ୍ତ ଏ  ଶଙ୍କର, ଏ ଶ୍ରୀନୁ , ଏ  ଦଣ୍ଡ,  ଡି  କ୍ରୀଷ୍ଣା, ଡ଼ି ଶରତ କୁୁମାର, ପି ଭେଂକେଟେଶଙ୍କ ବିିରୋଧରେ ଛ ଟି ମାମଲା ରୁୁୁଜୁ କରିଛିି।

ସମ୍ବନ୍ଧିତ ଖବର