ବାରିପଦା : ବାରିପଦା ଟାଉନ୍ ଥାନା ଅଞ୍ଚଳରେ ବିକଟାଳ ଶବ୍ଦ କରୁଥିବା ୬ଟି ବାଇକ୍କୁ ଅଟକ ରଖିଛି ପୁଲିସ୍ । ରାଜରାସ୍ତାରେ ସାଇଲେନ୍ସର ଖୋଲି ଉଚ୍ଚସ୍ବରରେ ଶବ୍ଦ କରି ଦ୍ରୁତ ଗତିରେ ଯାଉଥିବା ଏହି ଗାଡିକୁ ପୁଲିସ୍ ଥାନାରେ ଅଟକ ରଖିଛି । ଏପରିକି ପ୍ରତି ଗାଡି ପିଛା ୨୨ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଏହି ଗାଡିଗୁଡ଼ିକ ପାଇଁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ବିକଟାଳ ଶବ୍ଦ କରୁଥିବା ୬ ବାଇକ୍ ଅଟକ, ଚାଳକଙ୍କ ଠାରୁ ୨୨ହଜାର ଟଙ୍କା ଲେଖାଏଁ ଜରିମାନା
/sambad/media/post_attachments/wp-content/uploads/2021/02/bikatala-horn-karuthiba-gadi-jabat.jpg)