ରାୟଗଡା: ରାୟଗଡା ସହରର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକମାନେ କାମ କରୁଥିବା ନେଇ ଶ୍ରମ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ଚଢଉ କରାୟାଇଛି। ଶ୍ରମ ବିଭାଗ ପକ୍ଷରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇ ପୌର ପରିଷଦରେ ରହିଥିବା ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢଉ କରାଯାଇଥିଲା।ବିଭିନ୍ନ ହୋଟେଲ ସହ ଠିକା କାମରେ ନିୟୋଜିତ ଥିବା ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା।

Advertisment

ସେହିପରି ଇଟା ତିଆରି ଭାଟିରେ ମଧ୍ୟ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଖବର ପାଇ ରାଣୀଗୁଡା ଫାର୍ମ ନିକଟସ୍ଥ ଇଟାଭାଟ୍ଟିରେ ଚଢଉ କରାଯାଇଥିଲା। ତେବେ ମୋଟ ୬ ଜଣଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ସୁରକ୍ଷା ମଙ୍ଗଳ ବିଭାଗ ନିକଟରେ ହାଜର କରାୟାଇଥିବା ଜଣାପଡିଛି। ଏହି ଚଢଉରେ ସହକାରୀ ଶ୍ରମ ଅଧିକାରୀ ସଂଜୀବ କୁମାର ଲୋହିତ ଓ ଗୋପାଳ ମଙ୍ଗରାଜ, ଆଇନଜୀବୀ ଭବାନୀ ମିଶ୍ର, ଚାଇଲ୍ଡ ଲାଇନ କର୍ମଚାରୀ କୈଳାଶ ଶତାଦ୍ଦୀ ସମେତ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ମାଲିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।