ସୁନ୍ଦରଗଡ଼: ବୁଧବାର ଟାଉନଥାନା ପୁଲିସ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅନ୍ୟମାନେ ଚଢ଼ାଉ ସମୟରେ ଫେରାର ହୋଇଯାଇଥିଲେ। ଆଡ୍ଡାରୁ ନଗଦ ୩୦ ହଜାର ୯ ଶହ ଟଙ୍କା ସହ ୮ଟି ବାଇକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କିଞ୍ଜିରକେଲାର ଅନି ଟିଗ୍ଗା, ମହାନ୍ତିଆପଡ଼ାର ପ୍ରମୋଦ ତନ୍ତୀ, ସୁନ୍ଦରଗଡ଼ ଟାଉନର ଅବଦୁଲ ଇମ୍ରାନ, ମହମ୍ମଦ କଲିମ, ମହମ୍ମଦ ଫାଇଜାନ, ମହମ୍ମଦ ଆୟୁବ।
ଜୁଆ ଆଡ୍ଡା ଉପରେ ଚଢ଼ଉ; ୩୦ ହଜାର ଟଙ୍କା ଓ ୮ ବାଇକ୍ ଜବତ, ୬ ଗିରଫ
/sambad/media/post_attachments/wp-content/uploads/2023/01/ecdef0a9-6050-4645-ada1-031d181d1563.jpg)