ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା କୁକୁଡ଼ା ଫାର୍ମ ନିକଟରେ ଗୋଟିଏ କାର୍ ସହ ଟାଟା ମ୍ୟାଜିକ୍ ମୁହାମୁହିଁ ଧକ୍କା ହେବା ଫଳରେ ୪ ଜଣ ମହିଳାଙ୍କ ସମେତ ୬ ଜଣ ଗୁରୁତର ଭାବେ ଆହାତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନେ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମର ଲାଇଲା ନାୟକ(୬୨), ବିନୋଦିନୀ ନାୟକ(୬୭), ମମତା ପାଢ଼ୀ(୩୩), ଲାବଣ୍ୟବତୀ ପଣ୍ଡା(୭୦) ଟାଟା ମ୍ୟଜିକ୍ ଚାଳକ ସୁମନ୍ତ ମେରଦା(୪୬), ଫୁଲବାଣୀର ଅଭିଜିତ୍ ପ୍ରଧାନ(୩୨)। ସମସ୍ତଙ୍କୁ ଘଟଣାସ୍ଥଳରୁ ଆମ୍ବୁଲାନ୍ସ୍ ସହାୟତାରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଲିଇଲା, ବିନୋଦିନୀ ଏବଂଲାବଣ୍ୟବତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତର ସେମାନଙ୍କ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି।
/sambad/media/post_attachments/wp-content/uploads/2020/11/8ef935b1-7032-4a84-b75d-65ae81ff4388-1024x512.jpg)
ଘଟଣା ପ୍ରକାରେ ଟାଟା ମ୍ୟଜିକ୍ ଚାଳକ ସୁମନ୍ତ ଭୁବନେଶ୍ବରରୁ ଘରୋଇ ସାମାନ ନେଇ ଅଭିଜିତ୍ଙ୍କ ସହ ଫୁଲବାଣୀ ଯାଉଥିବା ବେଳେ ସେହି ସମୟରେ ରାଇକିଆରୁ ଏକ କାର୍ ଯୋଗେ ରାଇକିଆର ସମ୍ବିତ୍ ବେହେରା ସମସ୍ତଙ୍କୁ ଆଖି ପରୀକ୍ଷା କରିବା ପାଇଁ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲକୁ ନେଉଥିଲେ। ଏହି ସମୟରେ ଭଞ୍ଜନଗର କୁକୁଡ଼ା ଫାର୍ମ ନିକଟରେ କାର୍ ସମ୍ମୁଖକୁ ହଠାତ୍ ଦୁଇଜଣ ବାଇକ୍ରେ ଚାଲି ଆସିବାରୁ ସେମାନଙ୍କ ରକ୍ଷା କରିବାକୁ ଯାଇ ସମ୍ବିତ୍ ଡାହାଣକୁ ବୁଲାଇ ଦେଇଥିଲେ। ଫଳରେ ସାମ୍ନା ପଟୁ ଆସୁଥିବା ଟାଟା ମ୍ୟଜିକ୍ ଗାଡ଼ି ସହ ଧକ୍କା ହୋଇ ଏଭଳି ଦୁର୍ଘଟଣା ଘଟିଥିବା ସମ୍ବିତ୍ କହିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହାତମାନଙ୍କୁ ସେଠାରୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/8ee0c406-3c3a-4153-9e28-38f8374d8b90.jpg)