୬ଟି ମିକ୍ସଚର ମେସିନ ଓ ଏକ ଟ୍ରାକ୍ଟର ଜବତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। କିଛିଦିନ ଧରି ଝାରସୁଗୁଡା ଜିଲ୍ଲା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲଟିଥିବା ଏକ ମିଶ୍ଚର୍ ମେସିନ ଚୋର ରାକେଟକୁ ଗିରଫ କରିବାରେ ସଫଳ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୬ଟି ମିକ୍ସଚର ମେସିନ ସହିତ ଚୋରି ପାଇଁ ବ୍ୟବହୃତ ଏକ ଟ୍ରାକ୍ଟର ଓ ଡ଼ି ୧୫ କିୟୁ ୦୧୫୩କୁ ଜବତ କରିବାରେ ସଫଳ ହୋଇଛି।

ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହଲରେ ରହୁଥିବା ଠିକାଦାର ଅନିଲ ସାହୁ(୩୦) ଓ ତାଙ୍କ ନିକଟରେ ମିଶ୍ଚର୍ ମେସିନ ଅପରେଟର ବୋଧରାମ ସାରଥୀ(୩୫)କୁ ବ୍ରଜରାଜନଗର ପୁଲିସ ଗିରଫ କରିଆଜି କୋର୍ଟ ଚାଲାଣ କରିଥିବା ଏସ୍ ଡ଼ି ପି ଓ ଗୁପ୍ତେଶ୍ଵର ଭୋଇ ସୂଚନା ଦେଇଛନ୍ତି।

ଗତ ୨୩ ତାରିଖରେ ବ୍ରଜରାଜନଗର ଥାନା ଅନ୍ତଗତ ବିଜୁପଟ୍ଟନାୟ ଛକରେ ଥିବା ଏକ ମିଶ୍ଚର୍ ମେସିନ ଚୋରି ହୋଇଥିବା ନେଇ ଠିକାଦାର ସୌଭାଗ୍ୟ ଶତପଥୀ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦେଶକ୍ରମେ ବ୍ରଜରାଜନଗର ଏସ୍‌ଡ଼ିପିଓ ଗୁପ୍ତେଶ୍ଵର ଭୋଇ ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରିଥିଲେ। ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦୁମନ ସ୍ୱାଇଁଙ୍କ ନେତୃତ୍ୱ ରେ ରାମପୁର ଫାଣ୍ଡି ଅଧିକାରୀ ଶଶୀଭୂଷଣ ମିଶ୍ର ଏସ୍ ଆଇ ସମାରୁ କୁଜୁର ଓ ପ୍ରତାପ ସା ଏହି ଟିମରେ କାର୍ଯ୍ୟକାରୀ ବିଭିନ୍ନ ସ୍ଥାନ ଚଢ଼ଉ କରିଥିଲେ। ସୌଭାଗ୍ୟକୁ ବିଜୁପଟ୍ଟନାୟ ଛକରୁ ଚୋରି ହୋଇଥିବା ମେସିନଟି ସମ୍ବଲପୁରରୁ ମିଳିଥିଲା।

ପୁଲିସ ସେହି ସୁରାକରୁ ମୁଖ୍ୟ ଅଭିଯୁକ୍ତ ଅନିଲ ସାହୁ ନିକଟରେ ପହଞ୍ଚବରେ ସଫଳ ହୋଇଥିଲା। ଅନିଲକୁ ପଚାରଉଚରା ପରେ ସେ ସମସ୍ତ କଥା କହିଥିଲା। ଅନିଲ ଗୋଟିଏ ଲେଖା ମେସିନକୁ ଚୋରିକରି ୭୦/୮୦ହଜାର ଟଙ୍କାରେ ବିକ୍ରି କରିଥିଲା। ଫଳରେ ଲଖନପୁର, ବ୍ରଜରାଜନଗର ଟନେଲ ରୋଡ଼, ବେଲପାହାଡ଼, ଓରିଏଣ୍ଟ ଥାନା ଶଶୀ ଫନୀଚର, ଝାରସୁଗୁଡାରୁ ଚୋରିକରିଥିବା ମିକ୍ସଚର ମେସିନକୁ ସେ ଚୋରୀ କରିଥିବା ମାନି କେଉଁ ସ୍ଥାନରେ ଅଛି ପୁଲିସ କହିଥିଲା। ବିଭିନ୍ନ ସ୍ଥାନରୁ ଜିଲ୍ଲାରୁ ଚୋରୀ ହୋଇଥିବା ୬ଟି ମେସିନ କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଏହି ମେସିନ ଗୁଡିକୁ ରାତିରେ ଅନିଲ ନିକଟରେ ଅପରେଟର ଭାବେ କାମ କରୁଥିବା ବୋଧରାମ ଅନିଲର ନିଜ ଟ୍ରାକ୍ଟରରେ ବାନ୍ଧି ଟ୍ରାକ୍ଟର ଚଳାଇ ନେଇଯାଉଥିଲା। ଅନିଲ ଜଣେ ଠିକାଦାର ଓ ସେ ଭିଭିନ୍ନ ସ୍ଥାନ ବୁଲି ଦିନରେ ମିଶ୍ଚର୍ ମେସିନ ଗୁଡିକ ଠାବ କରିବା ପରେ ବୋଧରାମ ରାତିରେ ଟ୍ରାକ୍ଟର ଧରି ମେସିନକୁ ନେଉଥିଲା।

ସମ୍ବନ୍ଧିତ ଖବର