ଘର କାନ୍ଥ ଭୁଶୁଡି ୬ମାସର ଶିଶୁ କନ୍ୟାର ମୃତ୍ୟୁ

ଉମରକୋଟ: ଘର କାନ୍ଥ ଭୁଶୁଡ଼ି ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ ଘଟଣାଟି ଘଟିଛି। ଗ୍ରାମର ରାମ ଗଣ୍ଡଙ୍କ ଛଅ ମାସର ଶିଶୁ କନ୍ୟା ଝିଲ୍ଲି ଗଣ୍ଡଙ୍କୁ ଘର ବାରଣ୍ଡାରେ ଶୁଆଇ ମା ଘର କାମ କରୁଥିଲେ, ଠିକ ଏହି ସମୟରେ କାନ୍ଥଟି ପଡି ଯାଇଥିଲା।

ସୂଚନା ମୁତାବକ ଦୁଇଦିନ ଧରି ଉମରକୋଟ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲା | ଆଉ ବର୍ଷା ପାଣି ଯୋଗୁଁ କାନ୍ଥ ଦୁର୍ବଳ ହୋଇଯାଇଥିଲା। ଆଜି ହଠାତ୍ କାନ୍ଥ ପଡିଯାଇଥିଲା | ତେବେ ଘଟଣାସ୍ଥଳରେ ଶିଶୁ କନ୍ୟାର କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ହୋଇଥିଲା । ଖବର ପାଇ ଉମରକୋଟ ତହସିଲଦାର ହିମାଚଳ ମାଝୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୁଲିସ ଶିଶୁର ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷେ ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି। ଘଟଣାକୁ ନେଇ ସମଗ୍ର ଗାଁ ରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର