ନବରଂଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଶିଶୁ ସମେତ ୬ ଅସୁସ୍ଥ

ନବରଂଗପୁର: ଉମରକୋଟ ଅଂଚଳରେ ଶନିବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଶିଶୁ ସମେତ ୬ ଜଣ ଅସୁସ୍ଥ ହୋଇଛନ୍ତି। ରାଇଘର ବ୍ଲକର ଦାଶପୁର ଗାଁର ଜାନକୀ ସରକାରଙ୍କ ବାରିପଟେ ଫୁଟିଥିବା ଛତୁ ଆଜି ପରିବାର ଲୋକେ ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ ସେମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରିବାରର ୬ ଜଣ ଅସୁସ୍ଥ ହୋଇପଡିଥିଲେ। ଏମାନଙ୍କୁ ପ୍ରଥମେ ରାଇଘର ଓ ପରେ ଉମରକୋଟ ମେଡିକାଲରେ ଆଣି ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ଡାକ୍ତର କହିଛନ୍ତି।

 

ସମ୍ବନ୍ଧିତ ଖବର