୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଧଳା ଜହର ବ୍ୟବସାୟୀ ଗିରଫ

ଭଦ୍ରକ: ପୁଣି ବ୍ରାଉନସୁଗାର ଜବତ ହୋଇଛି। ଭଦ୍ରକ ଜିଲ୍ଲାର ବଙ୍କସାହିସ୍ଥିତ ଜିଲ୍ଲା ସ୍କୁଲ ନିକଟରୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଧଳା ଜହର ବ୍ୟବସାୟରେ ସଂପୃକ୍ତ ହରିଶ ଚନ୍ଦ୍ର ମହାନ୍ତି ନାମରେ ଜଣେ ଯୁବକ ଗିରଫ ହୋଇଛି।

ସୂଚନା ଅନୁସାରେ ବଙ୍କସାହିରେ ବ୍ରାଉନସୁଗାର ବିକ୍ରି ନେଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା। ଏଥି ପାଇଁ ବିଭାଗର ଅଧିକାରୀମାନେ ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଥିଲେ। ଆଜି ଯୋଜନାମୂଳକ ଭାବେ ହରିଶ ଚନ୍ଦ୍ର ମହାନ୍ତିଙ୍କ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୬୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା।

ହରିଶ ଧଳା ଜହର ବ୍ୟବସାୟ ବହୁ ଦିନରୁ କରିଆସୁଥିଲା। ସେ ବାଲେଶ୍ୱର ଓ ଭୁବନେଶ୍ୱରକୁ ବ୍ରାଉନସୁଗାର ପଠାଉଥାଇପାରେ ବୋଲି ମଧ୍ୟ ଗୁଇନ୍ଦା ବିଭାଗ ସନ୍ଦେହ କରୁଛି। କାରଣ ବିଗତ ଦିନରେ ଭୁବନେଶ୍ୱର ଓ ବାଲେଶ୍ୱରରେ ଅନେକ ସମୟରେ ବ୍ରାଉନସୁଗାର ବ୍ୟବସାୟର ପର୍ଦ୍ଦାଫାଶ ହୋଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଯାଜପୁର, ପୁରୀ ଆଦି ସହରରେ କାୟା ମେଲାଇଛି। ବ୍ରାଉନ୍‌ସୁଗାର (ଧଳା ଜହର)। ପୁଲିସ ଓ ଅବକାରୀ ବିଭାଗ ଯେତିକି ମାତ୍ରାରେ ଜବତ କରୁଛି, ବଜାରରେ ତାହାର ଢେର୍‌ ଗୁଣା ଅଧିକ ପଶୁଛି। ଏପରିକି ଦିନକୁ ଦିନ ନୂଆ ନୂଆ ବେପାରୀ ଏହି ବଜାରରେ ପଶୁଛନ୍ତି। ଏବେ ଚୋରା ଗଞ୍ଜେଇ ବେପାରୀ ଯେତିକି ଗିରଫ ହେଉନାହାନ୍ତି ତାହାଠାରୁ ବହୁ ଅଧିକ ଧଳା ଜହର ବେପାରୀ ଧରା ପଡ଼ୁଛନ୍ତି। କିନ୍ତୁ ନା ଅବକାରୀ ନା ପୁଲିସ କେହି ଏହି ଧଳା ଜହରର ମୂଳ ପାଉନାହାନ୍ତି।

ସମ୍ବନ୍ଧିତ ଖବର