ଟିଟିଲାଗଡ଼, ୧୧ା୯ (ଇମିସ): ଟିଟିଲାଗଡ଼ ବ୍ଲକ୍ ମନିଗାଁ ପଞ୍ଚାୟତ ଖାସମୁଡ଼ା ଜଙ୍ଗଲରେ ବ୍ୟାପକ ପରିମାଣରେ ବେଆଇନ ମଦ ରନ୍ଧା ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଅବକାରୀ ଅଧିକାରୀ ଆଶିଷ ବେହେରାଙ୍କ ନେତୃତ୍ୱରେ ଏସ୍ଆଇ ସତ୍ୟ ନାରାୟଣ ପ୍ରଧାନ, ସିପାହୀ କୁମୁଦିନୀ ମଲ୍ଲିକ, ବୁଲୁ ସେଠୀ ପ୍ରମୁଖ ଚଢ଼ଉ କରି ସାଢ଼େ ୮ କୁଇଣ୍ଟାଲ ମହୁଲ ପୋଚ ଓ ୬୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ନଷ୍ଟ କରିଥିଲେ। ଚଢ଼ଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ। ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଅବକାରୀ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
ଜଙ୍ଗଲରୁ ସାଢ଼େ ୮ କୁଇଣ୍ଟାଲ ପୋଚ ସହ ୬୦ ଲିଟର ଦେଶୀ ମଦ ଜବତ
/sambad/media/post_attachments/wp-content/uploads/2023/09/2cc7b878-9d5b-48af-ab04-6ea1d76e7bce.jpeg)