ବାଲେଶ୍ୱରରେ ୬୦ ଲିଟର ସ୍ପିରିଟ, ମଦ ବୋତଲ ପ୍ୟାକିଂ ପାଇଁ ରଖାଯାଇଥିବା ୫୦୦୦ ନକଲି ଠିପି ଜବତ

ବାଲେଶ୍ୱର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାଏକଙ୍କ ନେତୃତ୍ୱରେ ମଙ୍ଗଳବାର ବାଲେଶ୍ୱର ସହରର ପୁରୁଣାବାଲେଶ୍ୱର ଅଞ୍ଚଳରୁ ୬୦ ଲିଟର ସ୍ପିରିଟ ଓ ମଦ ବୋତଲ ପ୍ୟାକିଂ ପାଇଁ ରଖାଯାଇଥିବା ୫୦୦୦ ନକଲି ଠିପି ଜବତ ହୋଇଛି । ଟାଉନ ଥାନା ଅନ୍ତର୍ଗତ ପୁରୁଣାବାଲେଶ୍ୱରରେ ମଦ ପ୍ରସ୍ତୁତି ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ଟିମ ଅତର୍କିତ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଅବକାରୀ ଟିମ ସ୍ପିରିଟ, ନକଲି ଠିପି, କାରାମେଲ, ଫ୍ଲେଭର, ଖାଲି ବୋତଲ ଓ ଡ୍ରମ ପାଇଥିଲେ । ଅବକାରୀ ଟିମ ଏହି ଘଟଣା ସହ ସମ୍ପୃକ୍ତ ଜଣେ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅବକାରୀ ଇନ୍ସପେକ୍ଟର ପ୍ରବୀଣ ପ୍ରଧାନ, ବାଲେଶ୍ୱର ଜିଲ୍ଲା ମୋବାଇଲ ୟୁନିଟ ଆଇଆଇସି ଲାଲ ନାୟକ, ନୀଳଗିରି ଓଆଇସି ଆଦି ଚଢ଼ାଉ ବେଳେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପୁରୁଣାବାଲେଶ୍ୱର ଅଞ୍ଚଳରେ ସ୍ପିରିଟ ଓ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଜବତ ହେବା ନୂଆଁ ଘଟଣା ନୁହେଁ । କାରଣ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅନେକ ଥର ଏଭଳି ନିଶା ଦ୍ରବ୍ୟ ଓ ନିଶା ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ସମାଗ୍ରୀ ଜବତ ହୋଇଛି । ଅନେକ ଥର ଏହି ଅଞ୍ଚଳରେ ଦେଶୀ ମଦ, ମହୁଲ ପୋଚ, ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ ହୋଇଛି ।

ସମ୍ବନ୍ଧିତ ଖବର