ହଜିଗଲା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ସେବା: ମାସକର ପାରିଶ୍ରମିକ ପାଇ ନାହାନ୍ତି ୬୦ ଛାତ୍ରଛାତ୍ରୀ

ଜୟପୁର: କୋରାପୁଟ ଜିଲ୍ଲାରୁ ହଜିଗଲା ଟ୍ରାଫିକ ଭୁଲ୍ୟୁଣ୍ଟର ସେବା। ସେବା ଯୋଗାଉଥିବା ଛାତ୍ରଛାତ୍ରୀମାନେ ଜୁନ ଓ ଜୁଲାଇ ମାସରୁ ପାରିଶ୍ରମିକ ପାଇ ନ ଥିବାବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ କାମରୁ ନିବୃତ୍ତ କରିଛି ଜିଲ୍ଲା ପୁଲିସ। ଧୀରେ ଧୀରେ ସ୍ଥିତି ସୁଧୁରୁଥିବାବେଳେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଦିନକୁ ଦିନ କଦର୍ଯ୍ୟ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେବେ ସେମାନଙ୍କୁ ନିୟୋଜନ କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ପାଠ ପଢିବା ସହ କାମ କଲେ। ଅସଜଡା ଟ୍ରାଫିକକୁ ସଜାଡିବାକୁ ଖରାତରାକୁ ଏକାଠି କରିଦେଲେ। ଲକଡାଉନରେ ଯେତେବେଳେ ଲୋକେ ଘରେ ରହୁଥିଲେ ଏମାନେ କାମରେ ନିୟୋଜିତ ଥିଲେ। ଆବଶ୍ୟକତା ଶେଷ ହେବା ପରେ ୬୦ଜଣ ଷ୍ଟୁଟେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟରଙ୍କର ହାତ ଛାଡିଦେଲା ଜିଲ୍ଲା ପୁଲିସ। ଯେତେବେଳେ କରୋନା ସଂକ୍ରମଣ କୋରାପୁଟ ଜିଲ୍ଲାରେ ଶତକମୁହାଁ ଥିଲା ସେହି ସମୟରେ କାମ କଲେ। ହେଲେ ଜୁଲାଇ ମାସ ୧୨ ତାରିଖରେ ସେମାନଙ୍କ ଜୀବନ ପ୍ରତି ବିପଦ ଅନୁଭବ କରି ସେମାନଙ୍କୁ କାମରୁ କାଢି ଦେଲା ଜିଲ୍ଲା ପୁଲିସ।

ଏବେ ଏହି ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଥିବା ଜଣାପଡିଛି। କିଏ ଦୋକାନରେ ସେଲ୍‌ସ ବୟ ଓ ଗାର୍ଲ ଭାବେ ତ କିଏ ସୋରୁମରେ କାମ କରୁଥିବା ଦେଖିବାକୁ ମିଳିଛି। ଏପରି କିଛି ଛାତ୍ରଛାତ୍ରୀ ଅଛନ୍ତି ଘରଭଡା ଦେଇ ନ ପାରି ଘରକୁ ପଳାଇ ଥିବାବେଳେ କିଛି ଏହିଠାରେ ଅନ୍ୟ ବେସରକାରୀ ସଂସ୍ଥାରେ କାମ କରୁଥିବା ଜଣାପଡିଛି।

ତେବେ ମାର୍ଚ୍ଚ ମାସରେ ଦିନେ ନୁହେଁ କି ଅଧେ ନୁହେଁ। ୭ମାସ ଧରି ସେମାନଙ୍କ ପ୍ରାପ୍ୟ ପାଇ ନ ଥିଲେ ଜୟପୁର ଟାଉନ ପୁଲିସ ପାଇଁ ଟ୍ରାଫିକ ପୋଷ୍ଟରେ ନିୟୋଜିତ ରହିଥିବା ଏକାଧିକ ଛାତ୍ରଛାତ୍ରୀ। ସେପରି ସ୍ଥିତିରେ ଧାର କରଜ କରିବା ସହ ଘରୁ ପଇସା ଆଣି କାମ କରୁଥିଲେ। ତେବେ ୭ମାସର ପଇସା ଧରାଇ ବିଦା କରିଦେଲା ପୁଲିସ। ଏବେ ସେମାନଙ୍କ ଅବସ୍ଥା ସାଂଘାତିକ ରହିଥିବାବେଳେ ଚଳାଚଳରେ ବହୁ ସମସ୍ୟା ହେଉଥିବା ଜଣାପଡିଛି। ଏନେଇ ମଲରେ କାମ କରୁଥିବା ଦୁଇଜଣ ଛାତ୍ରୀ କହିଛନ୍ତି ଯେ ଜୁଲାଇ ୧୨ ତାରିଖରେ ଏସଟିଭିଙ୍କ କାମକୁ ସାଧାରଣ ଲୋକ ବିରୋଧ କରୁଥିବା ଓ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆମକୁ କାମକୁ ନ ଆସିବାକୁ ପୁଲିସ କହିଲା। ଖବର ଦେବା ପରେ ଆସିବାକୁ ଟାଉନ ପୁଲିସ ପକ୍ଷରୁ କହିବା ପରେ ଆମେ ଏକ ମଲରେ କାର୍ଯ୍ୟ କରୁଛୁ। ମାସକୁ ପଇସା ମିଳୁଥିଲେ ବି ପୁଲିସ କାମରେ ବେଶୀ ଆତ୍ମ ସନ୍ତୋଷେ ମିଳୁଥିଲା। ଏପ୍ରିଲ ମାସରେ ୭ ମାସରୁ ବାକେୟା ଥିବା ପଇସା ପୁଲିସ ପକ୍ଷରୁ ଆମକୁ ମିଳିଥିବାବେଳେ ଏବେ କାମ ଛାଡିବାକୁ ମାରସେ ବିତିଲାଣି ଆହୁରି ଏକ ମାସର ପାରିଶ୍ରମିକ ମିଳିନାହିଁ ବୋଲି ସେମାନେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ ୨୦୧୯ ଜାନୁଆରି ମାସରେ ତତ୍କାଳୀନ ଏସପି କନୱର ବିଶାଲ ସିଂହ ଏହି ମାନଙ୍କୁ ନିୟୋଜିତ କରିଥିଲେ। ପ୍ରତିଦିନ ସେମାନଙ୍କୁ ତିନିଘଣ୍ଟା କାମ କରିବାକୁ ୧୦୦ଟଙ୍କା ଲେଖାଏ ଦିଆଯିବାକୁ ବ୍ୟବସ୍ତା କରାଯାଇଥିଲାଯ ଜଣେ ଏସଟିଡି ମାସରେ ୧୫ ଦିନ ଲେଖାଁଏ କାମ କରୁଥିବାବେଳେ ୧୫ ଦିନ ରେଷ୍ଟ କରୁଥିଲେ।

ଏନେଇ ଜୟପୁର ଟାଉନ ଥାନାଧିକାରୀ ବାଲେଶ୍ୱର ଗିଦ୍ଧି କହିଛନ୍ତି ଯେ କରୋନା କାଳରେ ସେମାନେ କାମ କରି ବହୁ ସହଯୋଗ କରୁଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଯଦି ସେମାନଙ୍କର କିଛି ହୁଏ ତେବେ ସେଥିପାଇଁ କିଏ ଦାୟି ରହିବ ବୋଲି କହିଥିଲେ। ଏହାସହ କିଛି ଅବିଭାବକ ମଧ୍ୟ ଆସି ଆମ ନିକଟରେ ଗୁହାରି କରିଥିଲେ। ତେଣୁ ଜୁଲାଇ ୧୨ ତାରିଖରୁ ସେମାନଙ୍କୁ କାର୍ଯ୍ୟରୁ ଅବ୍ୟାହାତି ଦିଆଯାଇଛି। ସ୍ଥିତି ସୁଧାର ଆସିବା ପରେ କାର୍ଯ୍ୟ ହାତକୁ ନିଆଯିବ। ଏହାସହ ୬୦ଜଣଙ୍କର ଏକ ମାସର ଦରମା ଆମ ନିକଟରେ ରହିଛି ଖୁବଶୀଘ୍ର ଏହା ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର