ଖୋର୍ଦ୍ଧା ଗ୍ରାମାଞ୍ଚଳ କରୋନାର ୨ୟ ଲହର: ଦୈନିକ ସଂକ୍ରମଣ ୬୮ 

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରଗତିରେ ବଢ଼ିଚାଲିଛି । ଗତକାଲି ଦୈନିକ ସଂକ୍ରମଣ ୫୩ ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୬୮ ହୋଇଛି ।

ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଦୈନିକ ଚିହ୍ନଟ ହୋଇଥିବା ୬୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ସହର ଓ ବ୍ଲକରୁ ସର୍ବାଧିକ ୧୨, ବାଲିପାଟଣାରୁ ୧୦, ବୋଲଗଡ଼ରୁ ୯, ବାଲିଅନ୍ତାରୁ ୮, ବେଗୁନିଆରୁ୩, ଟାଙ୍ଗୀରୁ ୭, ବାଣପୁରରୁ ୩, ଜଟଣୀରୁ ୮ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଅନ୍ୟ ଜିଲ୍ଲାରୁ ଖୋର୍ଦ୍ଧା ଆସିଥିବା ଜଣେ ଓ ଭୁବନେଶ୍ୱର ମହାନଗର ନିଗମରୁ ଖୋର୍ଦ୍ଧା ଆସିଥିବା ୨ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ଆଜିର ସଂକ୍ରମିତଙ୍କ ସଂଖ୍ୟା ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬୪ ହୋଇଛି ।

ଆଜି ୬୦୪ଟି ରାପିଡ୍ ଆଂଟିଜେନ୍ ଓ ୩୨୦ଟି ଆର୍ଟିପିସିଆର୍ ପରୀକ୍ଷଣ କରାଯାଇଥିଲା । ଏହା ମଧ୍ୟରୁ ୮ ପ୍ରତିଶତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଆଜି ସଂଧ୍ୟାସୁଦ୍ଧା ଆସିଥିବା ରିପୋର୍ଟରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର