ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ମଦ ଚୋରାଚାଲାଣ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ରାଉରକେଲା ଅବକାରୀ ପୁଲିସ ଓ ଅବକାରୀ ଗୁଇନ୍ଦା ବିଭାଗ(ସମ୍ବଲପୁର) ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ବୀରମିତ୍ରପୁର ଥାନା ଅନ୍ତର୍ଗତ ଅଙ୍କୁରପାଲୀ, କାରିଛାପଲ ଗ୍ରାମରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ପ୍ରାୟ ୬୨୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ୯ ଲକ୍ଷ ୨୫ ହଜାର ଟଙ୍କା ମୂଲ୍ୟର ୧୮ ହଜାର ୫ ଶହ କେଜି ଜବତ ମହୁଲପୋଚକୁ ନଷ୍ଟ କରିଦିଆଯାଇଛି। ସୂଚନା ଅନୁସାରେ, ଆଜି ଅତର୍କିତ ଚଢ଼ଉବେଳେ କିଛି ମଦ ବେପାରି ମଦ ରୋଷେଇ କରିବାରେ ବ୍ୟସ୍ତ ଥିଲେ। ତେବେ ପୁଲିସ ଚଢ଼ଉ ଦେଖି ସମେସ୍ତ ଚମ୍ପଟ୍ ମାରିବାରେ ସକ୍ଷମ ହୋଇଥିଲେ। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତଥା ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ, ମୋବାଇଲ୍ ସ୍କ୍ବାଡ୍, ବୀରମିତ୍ରପୁର ଥାନା ପୁଲିସ କର୍ମଚାରୀ ସାମିଲ ଥିଲେ।
ଅବକାରୀ ଚଢ଼ଉ: ୬୨୦ ଲିଟର ଦେଶୀ ମଦ, ୯ ଲକ୍ଷ ଟଙ୍କାର ମହୁଲପୋଚ ଜବତ
/sambad/media/post_attachments/wp-content/uploads/2022/03/9d001b1d-cd3f-460f-86dc-32f9b27bfc37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)