ପଞ୍ଚଲିଙ୍ଗେଶ୍ବର: ବର ଓ ବରଯାତ୍ରୀ ବିବାହ ଶୋଭାଯାତ୍ରାରେ ଆସୁଥିବା ବେଳେ ଡିଜେ ସାଉଣ୍ଡର ବିକଟାଳ ଶଦ୍ଦରେ ଜଣେ ବ୍ୟକ୍ତିଙ୍କ ଫାର୍ମରୁ ୬୩ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ଔପଦା ବ୍ଳକ କାଣ୍ଡଗରଡ଼ି ଗାଁକୁ ଗତ ରବିବାର ଦିନ ବିବାହ ପାଇଁ ବର ଓ ବରଯାତ୍ରୀ ଦଳ ଡିଜେ ବଜାଇ ଯାଉଥିଲେ। ଗ୍ରାମର ରଞ୍ଜିତ କୁମାର ପରିଡ଼ାଙ୍କ ଫାର୍ମ ଦେଇ ପ୍ରୋସେସନ୍ ଯିବା ବେଳେ ଡିଜେର ବିକଟାଳ ଶବ୍ଦରେ ଗୋଟିଏ ପରେ ଗୋଟିଏ କୁକୁଡ଼ା ଟଳିବାକୁ ଆରମ୍ଭ କରିଥିଲେ। ଏହା ଦେଖି ଫାର୍ମ ମାଲିକ ଶ୍ରୀ ପରିଡ଼ା ଉଭୟ ବର ଓ କନ୍ୟପକ୍ଷଙ୍କୁ ଡିଜେ ଶବ୍ଦ କମାଇବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ କରିନଥିବା ସେ ଅଭିଯୋଗ କରିଛନ୍ତି। ଆଉ ସେତେବେଳକୁ ଫାର୍ମରୁ ୬୩ଟି କୁକୁଡ଼ା ମରିସାରିଥିଲେ। ଫଳରେ ଫାର୍ମମାଲିକ ଉଭୟ ପକ୍ଷଙ୍କଠାରୁ କ୍ଷତିପୂରଣ ଦାବି କରିଥିଲେ। କ୍ଷତିପୂରଣ ଦେବାକୁ ସେମାନେ ରାଜି ନହେବାରୁ ଶ୍ରୀ ପରିଡ଼ା ଏ ନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।
ଡିଜେର ବିକଟାଳ ଶବ୍ଦରେ ମରିଗଲେ ୬୩ କୁକୁଡ଼ା
/sambad/media/post_attachments/wp-content/uploads/2021/11/f4870ef9-0a8f-4230-9366-0468ea301808.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)